ସୁଷମା ସ୍ୱରାଜ ଲଢ଼ିବେନି ଲୋକସଭା ନିର୍ବାଚନ ! ଦଳ ଉପରେ ପଡ଼ିବ କି ପ୍ରଭାବ ?

134

କନକ ବ୍ୟୁରୋ : ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଷମା କହିଛନ୍ତି ମୁଁ ୨୦୧୯ ନିର୍ବାଚନ ଲଢ଼ିବି ନାହିଁ । କିନ୍ତୁ ଦଳ ନିଷ୍ପତି ନେଲେ ସେ ନିର୍ବାଚନ ଲଢ଼ିବା ନେଇ ବିଚାର କରିବେ । ସୁଷମା ସ୍ୱରାଜ ବିଜେପିର ଜଣେ ବଡ଼ ନେତା ଆଉ ମୋଦି ସରକାରରେ ତାଙ୍କର ଦବଦବା ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏପରି ନିଷ୍ପତି ନେଇଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି ।

ସୂଚନାଯୋଗ୍ୟ ସୁଷମା ସ୍ୱରାଜ ଇନ୍ଦୋରେ ଏକ ସାମ୍ବାଦିକ ସମ୍ମଳନୀରେ ସେ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ଲଢ଼ିବେ ନାହିଁ । ତେବେ ଶେଷ ନିର୍ଣ୍ଣୟ ନେବେ ଦଳ । ତେବେ ସୁଷମା ସ୍ୱରାଜଙ୍କ ଏହି ବୟାନ ଉପରେ ଦଳର କୌଣସି ନେତା କିଛି ବୟାନ ଦେଇନାହାନ୍ତି ।

sushama swaraj
photo courtesy- ani

ସୁଷମା ସ୍ୱରାଜ ମଧ୍ୟପ୍ରଦେଶର ବିଦିଶା ଲୋକସଭା ସିଟରୁ ସାଂସଦ ଅଛନ୍ତି । ବିଗତ କିଛି ଦିନ ହେଲା ଚର୍ଚ୍ଚା ହେଉଛି ସୁଷମା ସ୍ୱରାଜ ସ୍ୱାସ୍ଥ୍ୟଗତ କାରଣରୁ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ତେବେ ବର୍ତ୍ତମାନ ପାଇଁ ସେ ନିଜେ ଏହି ଘୋଷଣା କରିଛନ୍ତି । ଇନ୍ଦୋରରେ ଏହି ଘୋଷଣା କରିବା ସମୟରେ ସେ ନରେନ୍ଦ୍ର ମୋଦିଙ୍କର ଖୁବ ତାରିଖ କରିଥିଲେ । ଏହାସହ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କର ମଧ୍ୟ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।