ମାଲକାନଗିରି ସୀମାରୁ ବିଦେଶୀ ନାଗରିକଙ୍କୁ ଅପହରଣ ! ଟ୍ୱିଟ ଜରିଆରେ ଓଡିଶା ସରକାରଙ୍କୁ ରିପୋର୍ଟ ତଲବ କଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

32

କନକ ବ୍ୟୁରୋ : ମାଲକାନଗିରି ସୀମାରୁ ବିଦେଶୀ ନାଗରିକଙ୍କୁ ଅପହରଣ ଅଭିଯୋଗ । ଛତିଶଗଡ ସୁକମା ଜିଲ୍ଲାରୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ମାଓବାଦୀ ଅପହରଣ କରିଥିବା ସନ୍ଦେହ କରାଯାଉଛି । ସୁକମା ଜିଲ୍ଲା କିସ୍ତରାମ ଅଂଚଳରୁ କାନାଡିଆନ୍ ନାଗରିକ ଜନ୍ ନିଖୋଜ ହୋଇଛନ୍ତିି । ଏନେଇ ତନାଘନା ଆରମ୍ଭ ହୋଇଛି ।

କିଏ, କିଭଳି ଓ କାହିଁକି ବିଦେଶୀ ନାଗରିକଙ୍କୁ ଜଙ୍ଗଲ ଭିତରକୁ ନେଇଥିଲା ତାର ଛାନଭିନ୍ କରାଯାଉଛି । ତେବେ ଏହି ଅପହରଣ ଘଟଣାକୁ ନେଇ ମୁମ୍ବାଇର ଟୁର ଅପରେଟରଙ୍କୁ ପଚରାଉଚରା କରାଯାଉଛି । ପୂର୍ବରୁ ଦୁଇ ଇଟାଲୀୟ ନାଗରିକ ଅପହରଣ କରିନେଇଥିଲେ ମାଓବାଦୀ ।

ଓଡିଶା-ଛତିଶଗଡ ସୀମାନ୍ତରୁ ବିଦେଶୀ ନାଗରିକ ଅପହରଣ ନେଇ ରିପୋର୍ଟ ତଲବ କରିଛନ୍ତି ବୈଦେଶିକ ମନ୍ତ୍ରୀ । ଅପହରଣ ବାବଦରେ ସବିଶେଷ ରିପୋର୍ଟ ଓଡିଶା ସରକାରଙ୍କୁ ମାଗିଛନ୍ତି ସୁଷମା ସ୍ୱରାଜ । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଷମା ସ୍ୱରାଜ । ଘଟଣାକୁ ନେଇ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ସୁଷମା । ଏହାସହ ସେ ନିଜେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଘଟଣା ନେଇ ଆଲୋଚନା କରିଥିବା କହିଛନ୍ତି ।