ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ମୀରାକୁମାରଙ୍କୁ ଟାର୍ଗେଟ୍ ! ୨୦୧୩ ଲୋକସଭାର ଭିଡିଓ ପୋଷ୍ଟ କଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

16

କନକ ବ୍ୟୁରୋ : ବିରୋଧୀ ଦଳ ତରଫରୁ ମୀରା କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ରାଜନୀତି ସରଗରମ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ଟ୍ୱିଟର ହ୍ୟାଣ୍ଡଲରେ ୨୦୧୩ ଲୋକସଭାର ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ତେବେ ୬ ମିନିଟ୍ ଅବଧି ଥିବା ଭିଡିଓକୁ ଟ୍ୟାଗ କରି ସୁଷମା ଲେଖିଛନ୍ତି ବିରୋଧୀଙ୍କ ପ୍ରତି ମୀରା କୁମାରଙ୍କ କିପରି ବ୍ୟବହାର ଥିଲା ଦେଖନ୍ତୁ । ସୁଷମା ୟୁପିଏ ଦୁର୍ନୀତି ବିରୋଧରେ କହୁଥିବା ବେଳେ ମୀରାକୁମାର ତାଙ୍କୁ ବାରମ୍ବାର ରୋକୁଥିବା ଭିଡିଓରେ ଦେଖିବାକୁ ମିଳିଛି ।