କୁଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ପାକିସ୍ତାନରେ ନିର୍ଯାତନାକୁ ଭାରତର ନିନ୍ଦା ! ରାଜ୍ୟସଭାରେ ବିବୃତି ରଖିଲେ ସୁଷମା

33

କନକ ବ୍ୟୁରୋ : କୁଳଭୂଷଣ ମା ଓ ପତ୍ନୀଙ୍କୁ ଇସଲାମାବାଦରେ ନିର୍ଯାତନା ଦିଆଯିବାକୁ ନିନ୍ଦା କରିଛି ଭାରତ । ଏହି ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସୁଷମା ପାକଏସ୍ତାନକୁ ସମାଲୋଚନା କରି କହିଛନ୍ତି ମାନବିକତା ନାଁରେ ଭେଟିବାର ସୁଯୋଗ ଦେଇଥିବା ପାକ୍ ସରକାରର କାର୍ଯ୍ୟରେ ମାନବିକତା ନଥିଲା । ଥିଲା କେବଳ ପ୍ରଚାର । ଜଣେ ସଧବା ନାରୀକୁ ତାଙ୍କର ସ୍ୱାମୀ ସମୁଖରେ ବିଧବା ସଜାଇଥିଲା ପାକିସ୍ତାନ ସରକାର ।

pak_kulbhushan_1514195549_618x347ଏହାସହିତ ମଙ୍ଗଳସୂତ୍ର, ବିନ୍ଦି ଓ ଜୋତା କାଢ଼ିବାକୁ ନେଇ ପାକିସ୍ତାନର କାର୍ଯ୍ୟ ଉପରେ ଉଦବେଗ ପ୍ରକାଶ କରିଛନ୍ତି ସୁଷମା । ଏଭଳି ଘୃଣ୍ୟ ଓ ଦୁର୍ବବ୍ୟହାର ଗ୍ରହଣୀୟ ନୁହେଁ । ଏହା ସହିତ ପାକିସ୍ତାନ ଗତକାଲି ଦେଇଥିବା ଅଜବ ବୟାନ ନେଇ ସନ୍ଦେହ କରିଛନ୍ତି ସୁଷମା । ଜୋତାରେ କିଛି ମେଟାଲିକ୍ ଚିପ୍ ଲାଗିଥିବା ସନ୍ଦେହରେ ଜୋତା କାଢ଼ି ନିଆଯାଇଥିଲା ବୋଲି ସଫେଇ ଦେଇଥିଲା ପାକିସ୍ତାନ । ସେହି ଜୋତାର ଯାଂଚ କରିବା ପାଇଁ ପଠାଇଥିବା ସୂଚନା ଦେଇଥିଲା । ତେବେ ଏହା ପଛରେ ପାକିସ୍ତାନର କିଛି ମନ୍ଦ ଉଦେଶ୍ୟ ରହିଛି ବୋଲି ସନ୍ଦେହ କରିଛନ୍ତି ସୁଷମା । ବୈଦେଶିକ ମନ୍ତ୍ରୀଙ୍କ ବିବୃତିକୁ ରାଜ୍ୟସଭାରେ କଂଗ୍ରେସ ଓ ବିଜେଡି ସମର୍ଥନ ଜଣାଇଛି ।

ସୂଚନାଯୋଗ୍ୟ କୁଳଭୂଷଣଙ୍କ ମା ଓ ପତ୍ନୀକୁ ପାକିସ୍ତାନରେ ନିର୍ଯାତନା ଦିଆଯିବାକୁ ବିରୋଧୀମାନେ ନିନ୍ଦା କରିବା ସହ ଗତକାଲି ସଂସଦରେ ଉଠାଇଥିଲେ । ଏବଂ ବୈଦେଶିକ ମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ । କୁଳଭୂଷଣଙ୍କୁ ପାକିସ୍ତାନରେ ଭେଟିବା ପୂର୍ବରୁ ସୁରକ୍ଷା ଆଳରେ ତାଙ୍କ ମା ଓ ପତ୍ନୀଙ୍କ ପୋଷାକ ବଦଳାଇବା ସହ ମଙ୍ଗଳସୂତ୍ର,ଚୁଡି, ବିନ୍ଦି ଓ ଜୋତା କାଢ଼ିନେଇଥିଲେ ପାକ୍ ସୁରକ୍ଷା କର୍ମୀ । ଯାହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଥିଲା । ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ ପାକିସ୍ତାନ ଉଲଂଘନ କରିଛି ବୋଲି ଅଭିଯୋଗ ଆଣିଥିଲା ଭାରତ । ତେବେ ଗତକାଲି ସଫେଇ ଦେଇ ଅଜବ ବୟାନ ରଖିଥିଲା ପାକିସ୍ତାନ । କହିଥିଲା ଜୋତାରେ କିଛି ମେଟାଲିକ୍ ଚିପ୍ ଲାଗିଥିବା ସନ୍ଦେହରେ ଜୋତା କାଢ଼ି ନିଆଯାଇଥିଲା ଓ ଫେରାଇ ନଥିଲା । ସେଥିପାଇଁ ଜୋତାକୁ ଯାଂଚ କରିବାକୁ ଫରେନ୍ସିକ୍ ଲାବ୍କୁ ପଠାଇଛି ବୋଲି ମଧ୍ୟ କହିଥିଲା ପାକିସ୍ତାନ ।