ସୁଷମାଙ୍କ ସହାୟତା ! ଇରାନୀ ମହିଳାଙ୍କ ପାଇଁ ଓଡିଶା ସରକାରଙ୍କୁ ମାଗିଲେ ରିପୋର୍ଟ

28

କନକ ବ୍ୟୁରୋ : ରାୟଗଡାରେ ଜଣେ ଇରାନୀୟ ମହିଳା ସ୍ୱେଛାସେବୀଙ୍କୁ ଜେଲ ଦଣ୍ଡାଦେଶ ପ୍ରସଙ୍ଗକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଗତ କିଛିଦିନ ତଳେ ନର୍ଗିସ କେ. ଆସ୍ତରୀଙ୍କୁ ରାୟଗଡା ଏସଡିଜେଏମ କୋର୍ଟରେ ବର୍ଷେ ଜେଲଦଣ୍ଡ ଓ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୨୦୧୪ ନଭେମ୍ବର ୧୭ରେ ରାୟଗଡା ଜିଲ୍ଲା ମୁକୁନ୍ଦପୁର ପ୍ରିଜନ ଫାଉଣ୍ଡେସନର କିଛି ଦିବ୍ୟାଙ୍ଗ ପିଲାଙ୍କୁ ନେଇ ନାଗାବଳୀ ନଇଳୂଳକୁ ଯାଇଥିଲେ ନର୍ଗିସ । ତେବେ ଏହି ସମୟରେ ଅନୁଷ୍ଠାନର ଜଣେ କର୍ମଚାରୀଙ୍କ ପିଲା ଭାସିଗଲା ନାଗାବଳୀ ନଇରେ । ଯାହାର ପତା ଆଜି ଯାଏଁ ମିଳିନାହିଁ । ପିଲାର ବାପା ଥାନାରେ ନର୍ଗିସଙ୍କ ବିରୋଧରେ ଦଫା ଲାଗିଲା ।

ନର୍ଗିସଙ୍କ ଅବହେଳା ପାଇଁ ପିଲାର ଜୀବନ ଯାଇଥିବା ନେଇ କେସ ଚାଲିଲା । ଆଉ ଗତ କିଛି ଦିନ ତଳେ ଏ ମାମଲାରେ ରାୟ ପ୍ରକାଶ କରି କୋର୍ଟ ନର୍ଗିସଙ୍କୁ ଦୋଷୀ ପାଇଥିଲେ । ଏହାରି ଭିତରେ ଇରାନ ଦୂତାବାସ ନର୍ଗିସଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଥିଲା । ଆଉ ଶେଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ପୂରା ପ୍ରସଙ୍ଗ ଉପରେ ଓଡିଶା ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ।