ଓଆଇସି ବୈଠକରେ ସାମିଲ ହେଲାନି ପାକିସ୍ତାନ : ବୈଠକରେ ଯୋଗଦେବାକୁ ମନାକଲେ ପାକ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେସି

219

କନକ ବ୍ୟୁରୋ : ଅରଗାନାଇଜେସନ ଅଫ ଇସଲାମିକ କରପୋରେସନ ବୈଠକରେ ସାମିଲ ହେଲାନିପାକିସ୍ତାନ । ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କୁରେସି ଏହି ସୂଚନା ଦେଇଛନ୍ତି । ଆବୁଧାବିରେ ଓଆଇସିର ୪୬ ତମ ଅଧିବେଶନ ଚାଲିଛି । ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି । ଚୀନରେ ଋଷ ଓ ଚୀନ ସହ ତ୍ରିପାକ୍ଷିକ ବୈଠକ ପରେ ଆବୁଧାବି ଯାଇଛନ୍ତି ସୁଷମା ସ୍ୱରାଜ । ସେଠାରେ ଓଆଇସିର ଅଧିବେଶକୁ ସମ୍ବୋଧିତ କରୁଛନ୍ତି ସୁଷମା ସ୍ୱରାଜ ।

ସୂଚନାଯୋଗ୍ୟ ପୁଲୱାମା ଆକ୍ରମଣ ପରେ ଭାରତର ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପାକିସ୍ତାନ ମାଟିରେ ପଶି ଜୈଶ୍ ଶିବିରକୁ ଧ୍ୱଂସ କରିଦେଇଥିଲା ଭାରତ । ଭାରତର ଏପରି କାର୍ଯ୍ୟାନୁଷ୍ଠାନରେ ଚିହିଙ୍କି ଉଠିଥିଲା ପାକିସ୍ତାନ । ଓଆଇସି ବୈଠକରେ ଭାରତକୁ ସାମିଲ ନକରିବା ପାଇଁ କହିଥିଲା ଶତ୍ରଦେଶ । ତେବେ ଭାରତର କୂଟନୀତି ସାମ୍ନାରେ ପାକିସ୍ତାନକୁ ହାର ମାନିବା ପାଇଁ ପଡ଼ିଲା ।