ଓଆଇସି ବୈଠକରୁ ପାକିସ୍ତାନକୁ ଟାର୍ଗେଟ କଲେ ସୁଷମା ସ୍ୱରାଜ ! କହିଲେ, ଆତଙ୍କବାଦ ଓ ଚରମପନ୍ଥୀ ବିଶ୍ୱ ପାଇଁ ବିପଦ

174

କନକ ବ୍ୟୁରୋ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆବୁଧାବିରେ ହେଉଥିବା ଅରଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନର ବୈଠକରେ ସାମିଲ ହୋଇଛନ୍ତି । ବୈଠକରେ ସେ କହିଛି ୨୦୧୯ ଭାରତ ପାଇଁ ବେଶ ମହତ୍ୱପୂର୍ଣ୍ଣ ବର୍ଷ । ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସମୟରେ ବିଶ୍ୱର ଅର୍ଥବ୍ୟବସ୍ଥାର ଅଂଶ ହୋଇଛି । ଏହାବ୍ୟତୀତ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ସୁଷମା ସ୍ୱରାଜ । ନା ନନେଇ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ।

ଆତଙ୍କବାଦ ବର୍ତ୍ତମାନ ସାରା ବିଶ୍ୱ ପାଇଁ ବଡ଼ ବିପଦ ପାଲଟିଛି । ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ । ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଆତଙ୍କବାଦୀ । ଗୋଟିଏ ମୁଦ୍ରାଇ ଦୁଇ ପାରଶ୍ୱ ହେଲା ଆତଙ୍କବାଦ ଓ ଚରମପନ୍ଥୀ । ଏଥିପାଇଁ ଆତଙ୍କବାଦୀଙ୍କୁ ସମର୍ଥନକ କରୁଥିବା ଦେଶକୁ ବୁଝାଇବା ପାଇଁ ପଡ଼ିବ । ଶାନ୍ତି ପାଇଁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପଡ଼ିବ । କୌଣସି ଧର୍ମ ନୁହେଁ ଆତଙ୍କବାଦ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ।

ସେପଟେ ଏହି ବୈଠକରେ ସାମିଲ ହୋଇନି ପାକିସ୍ତାନ । ପାକିସ୍ତାନ ବିଦେଶ ମନ୍ତ୍ୀ ଶାହା ମହମ୍ମୁଦ କୁରେସି ଏହି ସୂଚନା ଦେଇଥିଲେ । ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି । ଚୀନରେ ଋଷ ଓ ଚୀନ ସହ ତ୍ରିପାକ୍ଷିକ ବୈଠକ ପରେ ଆବୁଧାବି ଯାଇଛନ୍ତି ସୁଷମା ସ୍ୱରାଜ । ସେଠାରେ ଓଆଇସିର ଅଧିବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । କୂଟନୈତିକ ଦୃଷ୍ଟିରେ ଏହା ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।