୧୫ କୋଟିର ଡିଲକୁ ଏଡ଼ାଇଦେଲେ ସୁଶାନ୍ତ, ହେଲେ କାହିଁକି ?

36

ବଲିଉଡରେ ଅଭିନେତା ହୁଅନ୍ତୁ କିମ୍ବା ଅଭିନେତ୍ରୀ ଟଙ୍କା ବାବଦରେ କିଛି କହିହେବ ନାହିଁ । ସେମାନଙ୍କର ଡିମାଣ୍ଡ ଯେ ଆକାଶ ଛୁଆଁ । କେବଳ ଫିଲ୍ମରୁ ନୁହେଁ ବରଂ ବିଜ୍ଞାପନରୁ ମଧ୍ୟ ସେମାନେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତିି । ତେବେ କୌଣସି ପ୍ରକାର ବିଜ୍ଞାପନ କରିବାକୁ ସେମାନେ କେବେ ମଧ୍ୟ ପଛଘୁଂଚା ଦିଅନ୍ତି ନାହିଁ ।

ସୂଚନା ଅନୁସାରେ, ଫେୟାରନେସ କ୍ରିମର ବିଜ୍ଞାପନକୁ ନେଇ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଡିଲ ହୋଇଥିବା କଥା ଖୁବ ଜୋର ଧରିଛି । କାରଣ ବିଜ୍ଞାପନରେ ଦେଖା ଯାଉଥିବା ପ୍ରତ୍ୟେକ ସାମଗ୍ରୀ ଯେ ଠିକ ଭାବରେ କାମ କରେ ଏହାକୁ ବିଶ୍ୱାସ କରନ୍ତି ନାହିଁ ସୁଶାନ୍ତ । ସୁଶାନ୍ତଙ୍କ କହିବା ଅନୁସାରେ ଏଭଳି ବିଜ୍ଞାପନକୁ ସେ କେବେ ମଧ୍ୟ ସମର୍ଥନ କରନ୍ତି ନାହିଁ । ତେବେ ୧୫ କୋଟିର ଲାଭକାରୀ ଡିଲ ସତ୍ତେ୍ୱ ସେ ଏହାକୁ ଏଡ଼ାଇ ଦେଇଥିବା ସୂଚନା ମିଳିଛି ।

ଏକ ମିଡିଆ ରିପୋର୍ଟ ଅନୁସାରେ, ସାମଗ୍ରୀକୁ ସମର୍ଥନ କରିବା ପାଇଁ ସୁଶାନ୍ତଙ୍କୁ  ୩ ବର୍ଷରେ ୬ଟି ବିଜ୍ଞାପନ କରିବାକୁ ପଡ଼ିବ । କିନ୍ତୁ ପରଦାରେ ଦେଖାଯାଉଥିବା ବିଜ୍ଞାପନକୁ ଅଧିକାଂଶ ବ୍ୟକ୍ତି ଦେଖନ୍ତି ଏବଂ ଅନୁସରଣ ମଧ୍ୟ କରନ୍ତି । ତେଣୁ ଏଥିପ୍ରତି କର୍ତ୍ତବ୍ୟନିଷ୍ଠା ଦେଖାଇ ସୁଶାନ୍ତ ଏଭଳି ବିଜ୍ଞାପନ କରିବାକୁ ମନା କରି ଦେଇଛନ୍ତି । ଏହା ସହିତ ସେ ଦର୍ଶକଙ୍କୁ ଭୁଲ ବାର୍ତ୍ତା ପ୍ରଦାନ କରିବାକୁ ଚାହୁଁ ନଥିବା କଥା ମଧ୍ୟ କହିଛନ୍ତି । ତେବେ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଏବଂ ନବାଜୁଦ୍ଦିନ ସିଦ୍ଦିକ ମଧ୍ୟ ଏଭଳି ବିଜ୍ଞାପନକୁ ଏଡ଼ାଇଥିବା କଥା ସାମ୍ନାକୁ ଆସିଥିଲା ।