ସୁୁଶାନ୍ତ ସିଂହ ରାଜପୁତ୍ ଓ ସାରା ଅଲୀ ଖାନଙ୍କ ଲଭ୍ ଷ୍ଟୋରୀ ଆରମ୍ଭ !

26

ସୁଶାନ୍ତ ସିଂହ ରାଜପୁତ୍ ଓ ସାରା ଅଲୀ ଖାନଙ୍କ ଭିତରେ ଏବେ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଯାଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ପ୍ରକୃତରେ ଏହା ରିୟଲ ନୁହେଁ ରିଲ୍ ଲାଇଫର ଲଭ୍ । ହଁ, ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ସୈଫ୍ ଅଲୀ ଖାନଙ୍କ ଝିଅ ସାରା । ଏବେ ଫିଲ୍ମ ‘କେଦାରନାଥ’ର ଜରିଆରେ ଅଭିନୟରେ ପାଦ ଥାପିବାକୁ ଯାଉଛନ୍ତି । ଫିଲ୍ମର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏଥିପାଇଁ ଦୁଇ କଳାକାର ମିଳିତ ହୋଇଛନ୍ତି ।

ସୂଚନା ଅନୁସାରେ ,ଫିଲ୍ମର ଦୁଇ ମୁଖ୍ୟ କଳାକାର ଗୁରୁବାର ସନ୍ଧ୍ୟାରେ ଏକାଠି ନଜର ଆସିଥିଲେ । ଏହି ଦୁଇ ଜଣ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଘରେ ଏକତ୍ର ଭେଟିଥିଲେ । ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଇନଷ୍ଟାଗ୍ରାମରୁ ସୂଚନା ଅନୁସାରେ , ଏହି ମିଟିଂ ଥିଲା ଫିଲ୍ମର ସୁଟିଂ ପୂର୍ବରୁ ସ୍କ୍ରିପ୍ଟିଂ ରିଡିଂର ଏକ ମିଳିତ ବୈଠକ । ଅଭିଷେକ ଏହି ମିଟିଂର ଫଟୋ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସୁଶାନ୍ତ ଓ ସାରା ପରସ୍ପରର ସାମ୍ନାରେ ବସିଥିବାର ନଜର ଆସିଥିଲେ ଓ ନିଜ ନଜିର ପ୍ରସ୍ତୁତିରେ ଲାଗିରହିଥିଲେ ।