ଯୋଗାଣ ମନ୍ତ୍ରୀଙ୍କ ମୁହଁରେ ପେଟ୍ରୋଲ ଟାମ୍ପରିଂର କାହାଣୀ ! କହିଲେ, କିଛି ପେଟ୍ରୋଲ ଟାଙ୍କିରେ ଲାଗିଛି ପମ୍ପିଂ ମେସିନ, ଗାଁ ମାନଙ୍କରେ ହେଉଛି ଅଧିକ ଠକେଇ

32

କନକ ବ୍ୟୁରୋ : ପେଟ୍ରୋଲ ଟାଙ୍କିରେ କେମିତି ହୁଏ ତେଲ ଚୋରି । ଯୋଗାଣ ମନ୍ତ୍ରୀ ବଖାଣିଛନ୍ତି ପେଟ୍ରୋଲ ଟାମ୍ପରିଂର ରହସ୍ୟ । ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ପେଟ୍ରୋଲ ଟାଙ୍କିରେ ଏକ ପମ୍ପିଂ ମେସିନ ଲଗାଯାଇଛି । ଯାହା ତୈଳ ପରିମାଣକୁ ଭିତରୁଆ ଟାଣି ଦିଏ । ଯେଉଁଥିପାଇଁ ନିର୍ଦ୍ଧାରିତ ପରିମାଣରୁ କମ୍ ପେଟ୍ରୋଲ ଗାଡିକୁ ମିଳିଥାଏ । ମନ୍ତ୍ରୀ କହିଛନ୍ତି ଏହା ମୁଖ୍ୟତଃ ଗାଁରେ ଥିବା ପେଟ୍ରୋଲ ପମ୍ପରେ ହୁଏ । କାରଣ ସେଠାରେ ମାନ ଯାଂଚ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥାଏ । ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରୁ ଅଧିକାରୀ ପଠାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ ବିଭାଗ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗଣ ବିଭାଗକୁ ଏକ ପତ୍ର ଆସିଥିଲା । ଯେଉଁଥିରେ ଓଡିଶାର ୮୨ଟି ପେଟ୍ରୋଲ ପମ୍ପରେ ଜାପାନୀ ଚିପ୍ ଯୋଗେ ତୈଳ ହେରଫେର କରାଯାଉଥିବା ନେଇ ଅଭିଯୋଗ ଦର୍ଶାଯାଇଥିଲା । ପେଟ୍ରୋଲ ଟାମ୍ପରିଂ ନେଇ ଗତ କିଛି ଦିନେ ଯୋଗଣ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଥିଲା ।