ଚଢ଼ା ଦରରେ ୟୁରିୟା ବିକ୍ରିକୁ ନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପ୍ରତିକ୍ରିୟା ! ୫୦କେଜି ପାଇଁ ୨୯୫ ଟଙ୍କା ଧାର୍ଯ୍ୟ,ଅଧିକ ଦରରେ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ

50

କନକ ବ୍ୟୁରୋ : ରାଜ୍ୟରେ ଚଢା ଦରରେ ୟୁରିଆ ସାର ବିକ୍ରି ହେବା ପ୍ରସଙ୍ଗରେ ପଦକ୍ଷେପ ନେଇଛନ୍ତି ସମବାୟ ମନ୍ତ୍ରୀ । ୫୦ କେଜି ୟୁରିଆ ସାର ବସ୍ତା ପ୍ରତି ୨୯୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଧାର୍ଯ୍ୟ ଦରରେ ୟୁରିଆ ସାର ବିକ୍ରି କରିବାକୁ ସମସ୍ତ ପ୍ରାଥମିକ ସମବାୟ ସମିତି ସଂପାଦକଙ୍କୁ ଅନୁରୋଧ କରିଛନ୍ତି ସମବାୟ ମନ୍ତ୍ରୀ । କୌଣସି ଚାଷୀ ୟୁରିଆ କିଣିବା ବେଳେ ୫୦ କେଜି ବସ୍ତା ପ୍ରତି ୨୯୫ ଟଙ୍କାରୁ ଅଧିକ ଦେବେନାହିଁ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।