ନୀତିଶ ଜଣେ ଭଦ୍ର ଲୋକ, ତେଣୁ ଦୁର୍ନୀତି ବିରୁଦ୍ଧରେ ଛିଡା ହେଲେ : ସୂର୍ଯ୍ୟ ପାତ୍ର

25

କନକ ବ୍ୟୁରୋ : ବିହାର ଘଟଣା ନେଇ ବିଜେଡି ଆଜି ପ୍ରତିକ୍ରିୟା ରଖିଛି । ଦଳର ଉପସଭାପତି ସୂର୍ଯ୍ୟ ପାତ୍ର କହିଛନ୍ତି, ଓଡିଶାରେ ବିହାର ଭଳି ସମସ୍ୟା ହେବନି । ରାଜ୍ୟ ସରକାର ଦୀର୍ଘସ୍ଥାୟୀ । ରାଜ୍ୟରେ ୧୧୭ ବିଧାୟକ ଓ ଜଣେ ନେତ ନବୀନ ପଟ୍ଟନାୟକ । ଓଡିଶାରେ ବିଜେପି ବଢିପାରିବ ନାହିଁ । ତେବେ ନୀତିଶ କୁମାରଙ୍କୁ ସେ ପ୍ରଂଶସା କରିଛନ୍ତି । ସୂର୍ଯ୍ୟ ପାତ୍ର କହିଛନ୍ତି , ନୀତିଶ ଜଣେ ଭଦ୍ର ଲୋକ । ତାଙ୍କ ଦୁର୍ନୀତିଗସ୍ତ ମନ୍ତ୍ରୀ ଇସ୍ତଫା ନ ଦେବାରୁ ସେ ପଦ ଛାଡିଲେ । ସାରା ଦେଶ ତାଙ୍କୁ ସମର୍ଥନ କରୁଛି । ମହାମେଂଟରେ ବିଜେଡି ନାହିଁ ଆଗକୁ କଣ ହେବ କେହି କହିପାରିବେ ନାହିଁ ।