ଚଳିତବର୍ଷ ଧାନ ସଂଗ୍ରହ ୧୮ %କୁ ବୃଦ୍ଧି । ଧର୍ମେନ୍ଦ୍ରଙ୍କୁ ସୂର୍ଯ୍ୟ ପାତ୍ରଙ୍କ ଚ୍ୟାଲେଂଜ । କହିଲେ ରାଜନୀତିରୁ ସନ୍ୟାସ ନେବାର ପ୍ରମାଣ ଦେଲେ କେନ୍ଦ୍ରମନ୍ତ୍ରୀ

113

କନକ ବ୍ୟୁରୋ: ଚଳିତବର୍ଷ ଖରିଫ ସଂଗ୍ରହରେ ବଢିଛି ଧାନ ସଂଗ୍ରହ । ଏହି ସଂଗ୍ରହ ୧୮ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି, ଧାନ ସଂଗ୍ରହରେ ଚାଷୀଙ୍କୁ ଉଚିତ ମୂଲ୍ୟ ଦିଆଯାଉଛି । ଖରିଫ ସଂଗ୍ରହ ଋତୁରେ ୩ ଲକ୍ଷ ୭୨ ହଜାର ଚାଷୀ ସରକାରଙ୍କୁ ଧାନବିକ୍ରୀ କରିସାରିଛନ୍ତି ଓ ୩ ହଜାର ୮୯ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି ।

ଧାନ କିଣାରେ ୨୪ ରୁ ୭୨ ଘଂଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ କରାଯାଉଛି । ଚାଷୀଙ୍କ ବଳକା ଧାନକୁ ସରକାର କିଣିବାକୁ ପ୍ରତିଶ୍ରୃତିବଦ୍ଧ ବୋଲି କହିଛନ୍ତି ସୂର୍ଯ୍ୟ ପାତ୍ର । ଧାନମଣ୍ଡି ନେଇ ଓ ଚାଷୀଙ୍କୁ ଉଚିତ ମୂଲ୍ୟ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନାକୁ ବି ସେ ଚ୍ୟାଲେଞ୍ଜ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରମାଣ ଦେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ବି କହିଛନ୍ତି ସୂର୍ଯ୍ୟ ପାତ୍ର ।