ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ । ତୁରନ୍ତ ସରକାରୀ କ୍ୱାଟର୍ସ ନଛାଡିଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୂର୍ବରୁ କ୍ୱାଟର୍ସ ଛାଡିବାକୁ ହୋଇଥିଲା ନୋଟିସ୍

232

କନକ ବ୍ୟୁରୋ: ବାଚସ୍ପତିଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୂର୍ବତନ ବିଧାୟକ । ବାରମ୍ବାର ତାଗିଦ ସତ୍ୱେ ବି ମାଡିବସିଥିବା ସରକାରୀ କ୍ୱାଟର୍ସ ଛାଡୁନାହାନ୍ତି ପୂର୍ବତନ ବିଧାୟକମାନେ । ପୂର୍ବରୁ ଏନେଇ ବାଚସ୍ପତି ନୋଟିସ ମଧ୍ୟ କରିଥିଲେ । କିନ୍ତୁ ନୋଟିସ ପରେ କିଛି ଜଣ ସରକାରୀ କ୍ୱାଟର୍ସ ଛାଡିଥିବା ବେଳେ ଏବେ ବି ଅନେକ ପୂର୍ବତନ ବିଧାୟକ କ୍ୱାଟର୍ସ ମାଡିବସିଛନ୍ତି । ଆଗରୁ ଏମାନଙ୍କ ନାଁରେ ମାମଲା ହେବ ବୋଲି ବାଚସ୍ପତି କହିଥିଲା ବେଳେ ଏବେ ସ୍ୱର ବଦଳାଇଛନ୍ତି ସୂର୍ଯ୍ୟନାରାୟଣ ପତ୍ର ।

ତେବେ ଯେଉଁମାନେ କ୍ୱାଟର୍ସ ଛାଡୁନାହାନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାଚସ୍ପତି । ଯେଉଁମାନେ କ୍ୱାଟର୍ସ ମାଡି ବସିଛନ୍ତି ତାଙ୍କୁ ନୋଟିସ ହୋଇଛି । ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଆଉ ଏସବୁ ଭିତରେ ଏମିତି ଅନେକ ବିଧାୟକ ଅଛନ୍ତି, ଯାହାଙ୍କୁ କ୍ୱାର୍ଟର ଆଲର୍ଟ ହୋଇଥିଲେ ସୁଦ୍ଧା, ପୂର୍ବତନ ବିଧାୟକ ଛାଡ଼ି ନଥିବାରୁ ନିଜ ଠିକଣା ବଦଳାଇ ପାରୁନାହାଁନ୍ତି ।