ବୈଜୟନ୍ତଙ୍କୁ ବିରୋଧ ସ୍ଥାନୀୟ ସମସ୍ୟା : ସୂର୍ଯ୍ୟ ନାରାୟଣ ପାତ୍ର

52

କନକ ବ୍ୟୁରୋ : ମାହାଙ୍ଗାରେ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଏହା ସ୍ଥାନୀୟ ସମସ୍ୟା । ଏନେଇ ତାଙ୍କ ପାଖକୁ କିଛି ଖବର ଆସିନି । ଯଦି ବି ସେମିତି କିଛି ହୋଇଥିବ ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କହନ୍ତୁ । କାରଣ ତାଙ୍କର ସଂପୂର୍ଣ୍ଣ ଅଧିକାର ଅଛି । ତେବେ ବୈଜୟନ୍ତ ଦଳକୁ ଅଡୁଆରେ ପକାଇବା ପ୍ରଶ୍ନର ଜବାବରେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଅସତ୍ୟ । ସେ ଏକଥାରେ ଏକମତ ନୁହଁନ୍ତି । କାହାର ଅଭିଯୋଗ ଦଳକୁ ଅଡୁଆରେ ପକାଇବ ନାହିଁ ।