ସର୍ଭେରୁ ହେଲା ଖୁଲାସା , ଏହି ଇ-କମର୍ସ ୱେବସାଇଟରେ ମିଳେ ଅଧିକ ନକଲି ଦ୍ରବ୍ୟ ! ଆପଣ ମଧ୍ୟ ଅନଲାଇନ୍ ସପିଙ୍ଗ୍ କରିବା ପୂର୍ବରୁ ଭଲ ଭାବରେ ଜାଞ୍ଚ୍ କରନ୍ତୁ ।

108

ଏକ ସର୍ଭେ ଅନୁସାରେ ୩୭ ପ୍ରତିଶତ ଭାରତୀୟଙ୍କ ମତରେ ଇ-କମର୍ସ ୱେବସାଇଟ୍ ସ୍ନାପଡିଲ୍ ଗତ ୬ ମାସ ଧରି ନକଲି ପ୍ରଡକ୍ଟକୁ ପ୍ରେରିତ କରୁଛି । ପର୍ବପର୍ବାଣୀ ସମୟରେ ଇ-କମର୍ସ ୱେବସାଇଟରେ ଦିଆଯାଉଥିବା ଅଫର୍ ଏବଂ କ୍ୟାସବ୍ୟାକରେ ଆକର୍ଷିତ ହୋଇ ଲୋକ ବହୁତ ଜିନିଷ ଅନଲାଇନରୁ କିଣିଥାନ୍ତି । ଯାହା ଫଳରେ କମ୍ପାନୀକୁ ବହୁତ ଲାଭ ମଧ୍ୟ ମିଳିଥାଏ । କମ୍ପାନୀ ଏଥିରେ ନକଲି ପ୍ରଡକ୍ଟ ମଧ୍ୟ ପ୍ରେରିତ କରିଥାନ୍ତି । ତେବେ ଗ୍ରାହକଙ୍କ କହିବା ମତରେ ଇ-କମର୍ସ ୱେବସାଇଟ୍ ମଧ୍ୟରେ ସ୍ନାପଡିଲ୍ କମ୍ପାନୀରୁ ଅଧିକ ନକଲି ପ୍ରଡକ୍ଟ ଫଠାଯାଉଛି । ତେବେ ଏହାର ଅର୍ଥ ନୁହଁ ଯେ ଅନ୍ୟ କୌଣସି ଇ-କମର୍ସ ୱେବସାଇଟ୍ ନକଲି ପ୍ରଡକ୍ଟ ପ୍ରେରିତ କରୁନାହାନ୍ତି । ରିପୋର୍ଟ ଅନୁସାରେ ଗ୍ରାହକଙ୍କ ମଧ୍ୟରୁ ୩୭ ପ୍ରତିଶତ ଲୋକ ସ୍ନାପଡିଲ୍ , ୨୨ ପ୍ରତିଶତ ଲୋକ ଫ୍ଲିପକାର୍ଡ , ୨୧ ପ୍ରତିଶତ ଲୋକ ପେଟିଏମ୍ ମଲ୍ ଏବଂ ୨୦ ପ୍ରତିଶତ ଲୋକ ଆମାଜନ୍ କମ୍ପାନୀର ନାଁ ନେଇଛନ୍ତି । ତେବେ ଏହି ସର୍ଭେ ୭୯୪୩ ଜଣ ଲୋକଙ୍କ ମଧ୍ୟରେ ହୋଇଥିଲା ଯେଉଁଥିରୁ ୯୦ ପ୍ରତିଶତ ଲୋକ ଇ-କମର୍ସ ୱେବସାଇଟରୁ ଠକାମୀ ହେବା କଥାକୁ ସ୍ୱୀକାର କରିଥିଲେ ।

ପର୍ବପର୍ବାଣୀରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସବୁ କମ୍ପାନୀ ବିଭିନ୍ନ ପ୍ରକାର ଡିସକାଉଣ୍ଟ୍ ସୁବିଧା ରଖିଥାଏ । ଯାହା ଫଳରେ ବର୍ଷ ଶେଷ ବେଳକୁ କମ୍ପାନୀ ହଜାର ହଜାର କୋଟି ଟଙ୍କା ଲାଭ ପାଇଥାଏ । କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସବୁବେଳେ ଅସଲି ପ୍ରଡକ୍ଟ ହିଁ ମିଳିଥାଏ ।

ଜାଣନ୍ତୁ କେଉଁ ପ୍ରଡକ୍ଟରେ ନକଲି ସାମଗ୍ରୀ ମିଳିଲା ।

୧ . ଗତ ୬ ମାସ ଭିତରେ ୧୯ ପ୍ରତିଶତ ଲୋକଙ୍କୁ ନକଲି ସାମଗ୍ରୀ ମିଳିଛି ।

୨ . ୩୫ ପ୍ରତିଶତ ଲୋକ କହିଛନ୍ତି ଯେ ସୁଗନ୍ଧ ତଥା ପରଫ୍ୟୁମ୍ ଭଳି ସାମଗ୍ରୀରେ ଅଧିକ ନକଲି ପଦାର୍ଥ ମିଳିଥାଏ ।

୩ . ୨୨ ପ୍ରତିଶତ ଲୋକଙ୍କ ମତରେ ଖେଳ ସାମଗ୍ରୀ ଏବଂ ୩୫ ପ୍ରତିଶତ ଗ୍ରାହକଙ୍କୁ କସମେଟିକ୍ ସାମଗ୍ରୀ ନକଲି ମିଳିଛି ।

ତେବେ ନିକଟରେ ଦିଲ୍ଲୀ ହାଇକୋର୍ଟରୁ ଆଦେଶ ଦିଆଯାଇଥିଲା ଯେ ଇ-କମର୍ସ କମ୍ପାନୀ କିଛି ଜିନିଷ ପ୍ରେରିତ କରିବା ପୂର୍ବରୁ ଭଲ ଭାବରେ ପରଖି ନେବା ଉଚିତ୍ ।