ଭାରତରେ କମୁଛି ଦୁର୍ନୀତି, ଅଧିକ ଦୁର୍ନିତୀଗ୍ରସ୍ତ ହେଉଛନ୍ତି ଚୀନ-ପାକିସ୍ତାନ ଓ ଋଷ ! ଆସିଲା ଟ୍ରାନ୍ସପରେନ୍ସି ଇଂଟରନାସନାଲର ସର୍ଭେ ରିପୋର୍ଟ

136

କନକ ବ୍ୟୁରୋ : ଭାରତରେ କମୁଛି ଦୁର୍ନୀତି । ଭାରତଠୁ ଅଧିକ ଦୁର୍ନିତୀଗ୍ରସ୍ତ ଦେଶ ହେଉଛି ଚୀନ-ପାକିସ୍ତାନ ଓ ଋଷ । ଦୁନୀର୍ତିଗ୍ରସ୍ତ ଦେଶଗୁଡିକୁ ନେଇ ହୋଇଥିବା ସର୍ଭେରୁ ଏହା ଜଣାପହିଛି । ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ଟ୍ରାନ୍ସପରେନ୍ସି ଇଂଟରନାସନାଲ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଦର୍ଶାଯାଇଛି ଯେ ଦୁର୍ନିତିଗ୍ରସ୍ତରେ ଭାରତରେ ସ୍ଥିତିରେ ସୁଧାର ଆସୁଛି । ଚୀନ -ପାକିସ୍ତାନ ଓ ଋଷରେ ଭାରତଠୁ ଅଧିକ ଦୁର୍ନିତୀ ହେଉଛି ବୋଲି ଏଥିରେ ଦର୍ଶାଯାଇଛି । ୧୮୦ ଦେଶକୁ ନେଇ ପ୍ରକାଶ ପାଇଥିବା ଏହି ତାଲିକାରେ ଭାରତ ୭୮ତମ ସ୍ଥାନରେ ରହିଛି ।

୨୦୧୭ରେ ଭାରତର ସ୍ଥାନ ୮୧ ନମ୍ବରରେ ରହିଥିଲା । ତେବେ ଗୋଟିଏ ବର୍ଷ ଭିତରେ ଭାରତରେ ଦୁର୍ନିତୀ କମ ହୋଇଛି ବୋଲି ଜଣାପଡିଛି । ତାଲିକାର ପ୍ରଥମରେ ରହିଛି ଡେନମାର୍କ । ଅର୍ଥାତ ଏଠାରେ ସବୁଠୁ କମ ଦୁର୍ନିତୀ ହୋଇଥାଏ । ଏହାଛଡା ପଡୋଶୀ ଦେଶ ଚୀନ ଓ ପାକିସ୍ତାନରେ ପରିସ୍ଥିତି ବେଶ ସଙ୍ଗୀନ ଥିବା ଜଣାପଡିଛି । ଚୀନର ସ୍ଥାନ ୮୭ ନମ୍ବରରେ ରହିଥିବାବେଳେ ପାକିସ୍ତାନ ସବୁଠୁ ଖରାପ ସ୍ଥିତିରେ ରହିଛି । ୧୧୭ ନମ୍ବରରେ ରହିଛି ପାକିସ୍ତାନ । ସୋମାଲିଆ ସବୁଠାରୁ ଦୁର୍ନିତୀଗ୍ରସ୍ତ ଦେଶ ବୋଲି ଏହି ରିପୋର୍ଟରେ ଉଲେଖ ରହିଛି । ଡୋନାଲ୍ଟ ଟ୍ରମ୍ପଙ୍କ ଶାସନ ସମୟରେ ଆମେରିକାର ସ୍ଥିତି ମଧ୍ୟ ବେଶ ଖରାପ ବୋଲି ଜଣାପଡିଛି ।