ଚାକିରି ସୁଯୋଗ ସୃଷ୍ଟି କରିବାରେ ମୋଦି ସରକାର ଫେଲ୍ ! ସର୍ଭେରେ ୪୬ ପ୍ରତିଶତ ଜନତା ଦେଲେ ମତ
କନକ ବ୍ୟୁରୋ : ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ନିକଟରେ କରାଯାଇଥିବା ଏକ ସର୍ଭେରେ ଅଂଶଗ୍ରହଣ କରି ଦେଶର ୪୬ ପ୍ରତିଶତ ଜନତା, ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଦେଶର ଗ୍ରାମାଞ୍ଚଳରେ ସଂପ୍ରତି ବେରୋଜଗାରୀ ୭.୩୮ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୨୭ ମାସ ମଧ୍ୟରେ ସର୍ବକାଳୀନ ଥିବା କହିଛି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି । ୧୨ ମିଲିୟନ ନିଯୁକ୍ତି ସୁଯୋଗ ପାଇଁ କେନ୍ଦ୍ର ସରକାରଙ୍କର ଘୋଷଣା କେବଳ ମାତ୍ର ଘୋଷଣାରେ ହିଁ ସୀମିତ ହୋଇ ରହିଯାଇଥିବା ଏହି ସର୍ଭେରେ ଅଭିଯୋଗ ହୋଇଛି ।
ଦେଶର ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିପାରିବା କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ଼ ବିଫଳତା ବୋଲି ଦେଶବାସୀ ବିବେଚନା କରୁଥିବା ମଧ୍ୟ ଏହି ସର୍ଭେରୁ ଜାଣିବା ପାଇଁ ମିଳିଛି । ସରକାରଙ୍କର ଏହି ବିଫଳତାକୁ ସବୁଠାରୁ ବଡ଼ ବିଫଳତା ବୋଲି ଦେଶବାସୀ ବିବେଚନା କରୁଥିବା ମଧ୍ୟ ଏହି ସର୍ଭେରୁ ଜାଣିବା ପାଇଁ ମିଳିଛି ।