ଭାରତ ଠାରୁ ବହୁ ଦୂରରେ ଅଛି ଆଉ ଏକ ଭାରତ ପରି ଦେଶ ! ଏଠାରେ ଲୋକେ କହନ୍ତି ଭୋଜପୁରୀ

113

ଆପଣ ଜାଣନ୍ତି କି ଆମ ଦେଶ ଭାରତ ଠାରୁ ବହୁ ଦୂରରେ ଅଛି ଏକ ଭାରତ ପରି ଦେଶ ? ଯେଉଁଠି କିଛି ଭାରତୀୟ ବସବାସ କରନ୍ତି । ଏହି ଦେଶର ନାମ ହେଲା ସୁରୀନାମ୍ । ଏହା ସୁରୀନାମ ଗଣରାଜ୍ୟରେ ନାମରେ ପରିଚିତ । ଏହି ଦେଶରେ ଅନେକ ସଂଖ୍ୟାରେ ଭାରତୀୟ ଓ ହିନ୍ଦୁୁ ବସବାସ କରନ୍ତି । ଏଥିପାଇଁ ଏହାକୁ ଦ୍ୱିତୀୟ ହିନ୍ଦୁସ୍ତାନ ମଧ୍ୟ କୁହାଯାଏ । ଆସନ୍ତୁ ଜାଣିବା ସୁରୀନାମ ବିଷୟରେ କିଛି ଜଣା ଅଜଣା କଥା । ସୁରୀନାମ ଦକ୍ଷିଣ ଆମେରିକାର ଉତ୍ତରରେ ସ୍ଥିତ ଏକ ଦେଶ । ଦକ୍ଷିଣ ଆମେରିକାର କ୍ଷେତ୍ରଫଳ ଓ ଜନସଂଖ୍ୟା ହିସାବରେ ସବୁଠାରୁ ଛୋଟ ଦେଶ ହେଲା ସୁରୀନାମ । ସୁରୀନାମ ୨୫, ନଭେମ୍ବର ୧୯୭୫ରେ ସ୍ୱାଧୀନତା ମିଳିଥିଲା ।

ସୁରୀନାମର ରାଜଧାନୀ ନାମ ହେଲା ପାରାମାରିବୋ । ସୁରୀନାମକୁୁ ମାତ୍ରରେ ୧୦ଟି ଜିଲ୍ଲାରେ ବିଭକ୍ତ କରାଯାଇଛି । ଡଚ୍ ଭାଷାରେ କଥାବାର୍ତ୍ତା ହୁଅନ୍ତି ଏଠାର ଦେଶବାସୀ । ଏହାସହ ଏଠାରେ ଭୋଜପୁରୀ, କ୍ୟାରବିଆନ୍ ଭାଷା ମଧ୍ୟ କୁହାଯାଏ । ଏହି ଦେଶରେ ଅଲଗା ଅଲଗା ଜାତି, ଭାଷା ଓ ଧର୍ମର ଲୋକେ ବସବାସୀ କରନ୍ତି । ଏହି ଦେଶର ଏକ ଚତୁର୍ଥାଂଶ ଲୋକେ ୨ ଡଲାରରୁ କମରେ ଜୀନବ ନିର୍ବାହ କରନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ପ୍ରସିଦ୍ଧ ଫୁଟବଲ୍ ଖେଳାଳିଙ୍କ ଜନ୍ମଭୂମି ହେଲା ଏହି ଦେଶ ।

୧୮୭୩ରେ ଉତ୍ତର ପ୍ରଦେଶ ଓ ବିହାରର କିଛି ଲୋକ ସେଠାରେ ଯାଇ ବସବାସ କରିବା ଆରମ୍ଭ କରିଥିଲେ । ୧୯୭୮ରେ ସୁରୀନାମରେ ଭାରତୀୟ ସଂସ୍କୃତି କେନ୍ଦ୍ର ଖୋଲାଯାଇଥିଲା । ସେବେଠାରୁ ହିଁ ସେଠାରେ କଥକ, ଯୋଗ, ଶାସ୍ତ୍ରୀୟ ସଙ୍ଗୀତ ଉପରେ ଜୋର ଦେବା ସହ ହିନ୍ଦି, ଲୋକ ନୃତ୍ୟର ପ୍ରସାର ପ୍ରଚାର ଆରମ୍ଭ ହୋଇଥିଲା । ଏହା ବ୍ୟତୀତ ଭାରତ ଓ ସୁରୀନାମ ମଧ୍ୟରେ ଆର୍ଥିକ ସମ୍ମନ୍ଧ ମଧ୍ୟ ରହିଛି । ଭାରତରେ ୨୦୧୪-୧୦୧୫ରେ ସୁରୀନାମ ସହ ୨୧୦.୮୭ର ଆମେରିକା ଡଲାର କାରବାର ହୋଇଥିଲା । ତେବେ ଆଗକୁ ମଧ୍ୟ ଏହି ସମ୍ମନ୍ଧ ଜାରି ରହିବ ବୋଲି ଆଶା କରାଯାଉଛି ।