କନକ ବ୍ୟୁରୋ : ଭାରତ-ପାକ୍ ସୀମାରେ ବଢିବାରେ ଲାଗିଛି ପଡୋଶୀର ଉତ୍ପାତ । ଅନ୍ତର୍ଜାତୀୟ ସୀମାରେ ଅଘୋଷିତ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରୁଛି ପାକିସ୍ତାନ ସେନା । ୪ ଦିନ ହେଲା ସୀମା ଆରପଟୁ ପ୍ରବଳ ଗୁଳିଗୋଳା ମାଡ କରୁଛନ୍ତି ପାକିସ୍ତାନ ଯବାନ । ଭାରତୀୟ ସେନା ମଧ୍ୟ ତାର ରଣନୀତି ପରିବର୍ତନ କରି ପାକ ସେନା କ୍ୟାମ୍ପ ଉପରକୁ ପାଲଟା ରକେଟ୍ ମାଡ କରିଛି । ଗତ ୧୮ ତାରିଖରେ ସୀମା ଭିତରେ ପଶି ୩ ପାକ ରେଞ୍ଜର୍ସଙ୍କ ସମେତ ୮ଜଣଙ୍କୁ ହତ୍ୟା କରିଥିଲେ ଭାରତୀୟ ସୀମା ସୁରକ୍ଷା ବଳର ଯବାନ । ୨୦୧୬ ସେପ୍ଟେମ୍ବରରେ ମଧ୍ୟ ପଡୋଶୀ ମାଟିରେ ବଡଧରଣର ଅପରେସନ କରିଥିଲା ଭାରତୀୟ ଯବାନ । ପାକିସ୍ତାନ ମାଟିରେ ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ନେଇ ତିଆରି ହୋଇଛି ଏକ ଡକ୍ୟୁମେଂଟାରୀ ।

12ss5୨୦୧୬ ସେପ୍ଟେମ୍ବର ୨୯ । ପଡୋଶୀ ମାଟିରେ କିଭଳି ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତୀୟ ସେନା । ଉରି ଆକ୍ରମଣର ବଦଲା ନେବାପାଇଁ କିଭଳି ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଂଟ । ଭାରତୀୟ ପ୍ରତିରକ୍ଷା ଇତିହାସରେ ଦେଶର ଏହି ସବୁଠାରୁ ବଡ ଅପରେସନର ନାଟ୍ୟ ରୂପାନ୍ତର ପ୍ରଦର୍ଶନ କରିବାକୁ ଯାଉଛି ହିଷ୍ଟ୍ରି ଟିଭି-୧୮ ଚ୍ୟାନେଲ । ଉରି ସେନା ଶିବିର ଉପରେ ଆତଙ୍କବାଦୀ ହମଲା ପରେ ରକ୍ତମୁଖା ହୋଇଉଠିଥିଲା ଭାରତୀୟ ସେନା । ଆଉ ସେନା ହେଡକ୍ୱାର୍ଟରରେ ପ୍ରସ୍ତୁତ ହୋଇଥିଲା କାଉଁଟର ଆଟାକ ଷ୍ଟ୍ରାଟେଜୀ । ଭାରତ ସୀମା ଡେଇଁ ପାକିସ୍ତାନ ମାଟିରେ ଆତଙ୍କବାଦୀ ଶିବିର ଓ ଏହାକୁ ସୁରକ୍ଷା ଦେଉଥିବା ସେନା କ୍ୟାମ୍ପ ଉପରେ ଅଚାନକ ହମଲା କରିଥିଲା ଭାରତୀୟ ସେନାର ସ୍ପେଶାଲ ଫୋର୍ସ । ଯାହାଫଳରେ କିଛି ଘଣ୍ଟାର ଅପରେସନରେ ପାକିସ୍ତାନ ଆତଙ୍କବାଦୀ କ୍ୟାମ୍ପରେ ଆତଙ୍କ ଖେଳି ଯାଇଥିଲା । ପୂରା ବିଶ୍ୱରେ ଭାରତର ବାହାଦୂରୀକୁ ପ୍ରଂଶସା କରାଗଲା । ଏପରିକି ଭବିଷତ୍ୟରେ ଆହୁରି ଅନେକ ସର୍ଜିକାଲ ଷ୍ଟ୍ରାଇକ ହେବ ବୋଲି ଚେତାଇ ଦେଇଥିଲା ଭାରତ ।

surgical-strikes-pakସ୍ପେଶାଲ ଅପରେସନ: ଇଣ୍ଡିଆ ସର୍ଜିକାଲ ଷ୍ଟ୍ରାଇକ ନାଁରେ ୧ ଘଂଟାର ଡକ୍ୟୁମେଂଟାରୀ ପ୍ରସ୍ତୁତ କରିଛି ହିଷ୍ଟ୍ରି ଟିଭି-୧୮ । ଯେଉଁଥିରେ ଏହି ଅତର୍କିତ ଆକ୍ରମଣର ବିଭିନ୍ନ ଅନାଲୋଚିତ ଦିଗକୁ ସାମ୍ନାକୁ ଆଣିବା ସମ୍ଭାବନା ରହିଛି । ଏଲଓସି ନିକଟ ପାକ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ଖେଳାଇଥିବା ସେହି ଆତଙ୍କର ମୁହୂର୍ତକୁ ଟିଭି ପରଦାରେ ଉପସ୍ଥାପନ କରିବ ଚ୍ୟାନେଲ । କହିବାକୁ ଗଲେ ସର୍ଜିକାଲ ଷ୍ଟ୍ରାଇକର ଲାଇଭ ଚିତ୍ର ଦେଖିପାରିବେ ଛୋଟ ପରଦାର ଦର୍ଶକ । ଯାହାର ଦୁଇଟି ଟ୍ରେଲର ରିଲିଜ ହୋଇଛି ।

କାର୍ଯ୍ୟକ୍ରମକୁ ଆହୁରି ଜୀବନ୍ତ କରିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ତତକାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଓ ସେନାମୁଖ୍ୟ ଜେନେରାଲ ଦଲବୀର ସିଂ ସୁହାଗଙ୍କ ଚରିତ୍ରକୁ ସ୍ଥାନିର କରାଯାଇଛି । ଜାମ୍ମୁ-କାଶ୍ମୀରରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୧୯ଜଣଙ୍କ ମୃତ୍ୟୁ ପରେ ସାରାଦେଶରେ ପ୍ରତିକ୍ରିୟା ପାଇଁ ସ୍ୱର ଉଠିଥିଲା । ଆଉ ପ୍ରଥମଥର ପାଇଁ ପଡୋଶୀ ମାଟିରେ ପଶି ଉଚିତ ଜବାବ ଦେବାର ଦମ୍ଭ ଦେଖାଇଥିଲା ଭାରତୀୟ ସେନା ।