ସର୍ଜିକାଲ ଷ୍ଟ୍ରାଇକ୍ ସସପେନ୍ସରୁ ଉଠିଲା ପରଦା ! ଭାଇରାଲ ହେଲା ଆତଙ୍କବାଦୀଙ୍କୁ ନିପାତ କରିବାର ଭିଡିଓ ।

15

ଭାରତୀୟ ସେନା ୨୦୧୬ ମସିହା ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ପାକିସ୍ତାନରେ ପସି ସର୍ଜିକାଲ ଷ୍ଟ୍ରାଇକ ଆରମ୍ଭ କରିଥିଲେ । ସର୍ଜିକାଲ ଷ୍ଟ୍ରାଇକର ଦୁଇ ବର୍ଷ ପରେ ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓରେ ଭାରତକୁ କଣ କଣ ହାସଲ ହୋଇଛି ତାହା ବୁଝାଇଛି ଆଇଇଏ ।

ଆର୍ମି ଚିଫ ବିପିନ ରାୱତଙ୍କ କହିବା ଅନୁସାରେ, ଭାରତର ଏହି ସର୍ଜିକାଲ ଷ୍ଟ୍ରାଇକ ପାକିସ୍ତାନ ବିରୁଦ୍ଧରେ ସଫଳ ହେବା ସହିତ ପାକିସ୍ତାନକୁ ଏକ କଡା ଜବାବ ଦେଇଛି । ପାକିସ୍ତାନୀ ଆତଙ୍କବାଦୀ ମାନଙ୍କୁ ଚେତାଇ ଦିଆଯାଇଛି ଯେ, ଆବଶ୍ୟକ ପଡିଲେ ଭାରତର ଯବାନ ମାନେ ଏପରି କିଛି ଭୟଙ୍କର କାଣ୍ଡ ଭିଆଇ ପାରିବେ ।

ସୂଚନା ମୁତାବକ, ଏହି ସର୍ଜିକାଲ ଷ୍ଟ୍ରାଇକରେ ସଫଳତା ହାସଲ କରିବା ପାଇଁ ଭାରତୀୟ ସେନା ତାର ସବୁଠାରୁ ଦକ୍ଷ କମାଣ୍ଡୋମାନଙ୍କୁ ପାକିସ୍ତାନକୁ ପଠାଇଥିଲେ । ଭାରତୀୟ ସେନା ପ୍ରଥମ ଥର ବାୟୁ ସେନାର ବିନା ସାହାଯ୍ୟରେ ଏହି ଅପରେସନକୁ ସଫଳ କରିପାରିଛି । କେବଳ ସେତିକି ନୁହେଁ ସବୁଠାରୁ ବଡ କଥା ହେଉଛି ପାକିସ୍ତାନର ପ୍ରାୟ ୫୦ ଆତଙ୍କବାଦୀ ଏହି ଅପରେସନରେ ନିହତ ହୋଇଛନ୍ତି ଏଥିସହିତ ଅନେକ ଆତଙ୍କବାଦୀ କ୍ୟାମ୍ପ ଗୁଡିକୁ ମଧ୍ୟ ଧ୍ୱଂସ କରିଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୯ ତାରିଖ ୨୦୧୬ରେ ଉରୀ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ଭାରତର ୧୯ ଜଣ ଯବାନ ସହିଦ ହୋଇଯାଇଥିଲେ । ଆତଙ୍କବାଦୀଙ୍କ ଏପରି ଦୁଃସାହସିକତାକୁ ଯବାବ ଦେବା ପାଇଁ ଭାରତ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଭାରତ ସଫଳତା ଭାରତୀୟ ସେନାଙ୍କ ମନୋବଳକୁ ବଢାଇଛି ।