କେମିତି ପାକିସ୍ତାନ ମାଟିରେ ପସି ତାଣ୍ଡବ ରଚିଥିଲା ଭାରତ ! ଶାଢୀରେ ଆଙ୍କିଲେ ସର୍ଜିକାଲ ଷ୍ଟ୍ରାଇକର ପୂରା କାହାଣୀ, ଦେଖନ୍ତୁ ଭିଡିଓ ।

ଭାରତୀୟ ସେନା ବାଲାକୋଟ ଆକ୍ରମଣ ପରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ।

177

ଭାରତୀୟ ସେନା ବାଲାକୋଟ ଆକ୍ରମଣ ପରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି । ବାୟୁସେନାର ଏଭଳି ପଦକ୍ଷେପ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଠାରୁ ନେଇ କ୍ରିକେଟ ଷ୍ଟାର ପର‌୍ୟ୍ୟନ୍ତ ସମସ୍ତେ How’s the Josh?, Jai Hind ଓ salute the pilots of the IAF ଲେଖି ପ୍ରଶଂସା କରିଛନ୍ତି। ଏହି କ୍ରମରେ ଜଣେ ଗୁଜୁରାଟୀ ନିଜର ସ୍ୱତନ୍ତ୍ର ଶୈଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ସେନାଙ୍କୁ ସେମାନଙ୍କ ସଫଳତାର ପାଇଁ ଏକ ଭେଟି ଦେଇଛନ୍ତି।

ଗୁଜୁରାଟର ସୁରଟରେ ଜଣେ ଶାଢ଼ି ବ୍ୟବସାୟୀ ସର୍ଜିକାଲ ଷ୍ଟ୍ରାଇକ୍-୨ ହେବାର କିଛି ସମୟରେ ଏକ ସୁନ୍ଦର ଶାଢ଼ି ତିଆରି କରିଥିଲେ। ସେ ଏହି ଶାଢ଼ିକୁ ତିଆରି କରିବା ପାଇଁ ମାତ୍ର ୪ଘଣ୍ଟାର ସମୟ ନେଇଥିଲେ । ଶାଢ଼ିର ସ୍ୱତନ୍ତ୍ରତା ହେଉଛି, ଏହାର ପ୍ରିଣ୍ଟିଙ୍ଗ । ଏହି ଶାଢ଼ିରେ ସର୍ଜିକାଲ ଷ୍ଟ୍ରାଇକର ପୂରା କହାଣୀ ଅଙ୍କା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ ଯବାନ, ମିରାଜ ୨୦୦୦ ଓ ଫାଇଟର ପ୍ଲେନ୍ ଏଥିରେ ଛପା ହୋଇଛି।

ଏହି ଗୁଜୁରାଟି ଶାଢ଼ି ବ୍ୟବସାୟ ଭିଡିଓ ଜରିଆରେ ୬ମିଟର ଲମ୍ବର ଶାଢ଼ିର ବିଶେଷତ୍ୱ ବିଷୟରେ କହିଛନ୍ତି। ଏଥିସହିତ ଭିଡିଓରେ ସମ୍ପୂର୍ଣ୍ଣ ଶାଢ଼ିକୁ ବି ଦେଖାଇଛନ୍ତି।