ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ : ଆଗରୁ ହୋଇନଥିଲା, ଆମେ ସାହସ କଲୁ

33

କନକ ବ୍ୟୁରୋ : ସର୍ଜିକାଲ ଷ୍ଟ୍ରାଇକକୁ ନେଇ ରାଜନୀତି । ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର କହିଛନ୍ତି ତାଙ୍କ ସରକାର, ପଡୋଶୀ ମାଟିରେ ଆକ୍ରମଣ ପାଇଁ ନିଷ୍ପତି ନେବାକୁ ସାହସ କଲେ । ପ୍ରଥମ କରି ମୋଦି ସରକାରଙ୍କ ସମୟରେ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କଲା ସେନା । ଏହାର ଶ୍ରେୟ ସରକାରଙ୍କ ନୁହେଁ, ବରଂ ଭାରତୀୟ ସେନାର ।

କିନ୍ତୁ ସଫଳତାକୁ ଚିଅର କରିବାରେ ଅସୁବିଧା ନାହିଁ । ପଡୋଶୀ ମାଟିରେ ଆକ୍ରମଣର ଦୁଃସାହସ କେବଳ ତାଙ୍କ ସରକାର କରିପାରିଛନ୍ତି ବୋଲି ପାରିକର କହିବା ପରେ ଜୋର ଧରିଛି ରାଜନୀତି । ସାମ୍ନାକୁ ଆସିଛି କଂଗ୍ରେସ । ଦଳର ମୁଖପାତ୍ର କହିଛନ୍ତି, ଏଭଳି କହି ସେନାର ଅପମାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପୂର୍ବରୁ ମଧ୍ୟ ୟୁପିଏ ସରକାର ଅମଳରେ ୧୯୪୭, ୧୯୬୨, ୧୯୬୫ ଓ ୧୯୭୨ରେ ସେନା ସର୍ଜିକାଲ ଷ୍ଟ୍ରାଇକ କରିଛି । ତେଣୁ ସର୍ଜିକାଲ ଷ୍ଟ୍ରାଇକକୁ ସରକାରଙ୍କ ବଡ ଉପଲବ୍ଧି କହି ଭୋଟବ୍ୟାଙ୍କ ରାଜନୀତି କରିବା ନିନ୍ଦନୀୟ ବୋଲି ଦଳ କହିଛି ।