ମାତ୍ର ୧୧ ଦିନ,କଥା ରଖିଲେ ପ୍ରଧାନମନ୍ତ୍ରୀ ! ପାକିସ୍ତାନ ଉପରେ ମୋଦିଙ୍କ ୫୬ ଇଞ୍ଚିଆ ଆକ୍ରମଣ

737

କନକ ବ୍ୟୁରୋ : ୧୪ ଫେବୃୟାରୀରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଗୋଟିଏ ପଟେ ଦେଶରେ ପ୍ରେମ ଦିବସ ମନାଉଥିବା ସହିଦଙ୍କୁ ହରାଇ ବେଳେ ସାରା ଦେଶରେ ଖେଳିଯାଇଥିଲା ଶୋକର ଛାୟା । ଆକ୍ରମଣ ପରେ ମୋଦି ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଖୁବ ଶୀଘ୍ର ଆକ୍ରମଣର ପ୍ରତିଶୋଧ ନିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କଥା ରଖିଛନ୍ତି । ଆଜି ଭାରତୀୟ ବାୟୁସେନା ୨୧ ମିନିଟ ଭିତରେ ପାକ୍ ଅଧିକୃତ କାଶ୍ମୀରରେ ପଶି ଜେଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରି ନଷ୍ଟ କରିଦେଇଛି ।

ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବେ ବୋଲି କହିଆସୁଥିଲେ । ମୋଦି ଆତଙ୍କବାଦୀ ଓ ତାଙ୍କ ସମର୍ଥକୁଙ୍କ କଡ଼ା ଚୋତବାନୀ ଦେଇ କହିଥିଲେ ସେମାନେ ମସ୍ତବଡ଼ ଭୁଲ କରିଛନ୍ତି । ପୁଲୱାମା ଆକ୍ରମଣର ପ୍ରତିଶୋଧ ନିଆଯିବ । ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମଧ୍ୟ ମିଳିବ । ଏହାବ୍ୟତୀତ ସେନାକୁ ସମସ୍ତ ସ୍ୱାଧୀନତା ଦିଆଗଲା ବୋଲି ମଧ୍ୟ ଘୋଷଣା କରିଥିଲେ । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି । ଯେତେ ଲୁଚିଲେ ବି ଦୋଷୀଙ୍କୁ ଦଣ୍ଡ ଦିଆଯିବ । ସମସ୍ତ ସହିଦ ପରିବା ଉଦ୍ଦେଶ୍ୟରେ ମୋଦି କହିଥିଲେ ପ୍ରତି ଲୁହ ବିନ୍ଦୁର ହିସାବ ଦେବ ପାକିସ୍ତାନ ।
ଆକ୍ରମଣର କିଛି ଦିନ ପରେ ମୋଦିଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ତେବେ ବର୍ତ୍ତମାନ ପାକିସ୍ତାନ ଉପରେ ଆଉ ଏକ ସର୍ଜକାଲ ଷ୍ଟ୍ରାଇକ୍ କରି ମୋଦି ତାଙ୍କ କଥା ରଖିଛନ୍ତି । କେବଳ କଥାରେ ନୁହେଁ କାମରେ ପରିଣତ କରି ମୋଦି ଏକପ୍ରକାର ବିରୋଧୀଙ୍କ ମୁହଁକୁ ବନ୍ଦ କରିଦେଇଛନ୍ତି ।