ଆମେରିକା ଗଲେ କଂଗ୍ରେସ ନେତା ସୁରେଶ ରାଉତରାୟ : କଂଗ୍ରେସ ନେତାଙ୍କ କଳି ଭିତରେ ସଭାପତିଙ୍କୁ ନେଇ ଚିନ୍ତାରେ ସୁର

16

କନକ ବ୍ୟୁରୋ : ବିଦେଶ ଗସ୍ତରେ କଂଗ୍ରେସ ନେତା ସୁର ରାଉତରାୟ । ଏକ ମାସ ପାଇଁ ଆମେରିକା ଯାଉଥିବାରୁ କଂଗ୍ରେସ ଭବନକୁ ଜଗିବାକୁ ନିଜ ସମର୍ଥକଙ୍କୁ ସତର୍କ କରାଇଦେଇଛନ୍ତି ସୁର । କାରଣ ପିସିସି ଓ ବିଧାୟକ ଦଳ ଭିତରେ ଚାଲିଥିବା ଗୋଷ୍ଠୀକନ୍ଦଳ ମଧ୍ୟରେ ଗତ କିଛି ଦିନ ହେଲା ପକ୍ଷ ହୋଇଯାଇଥିଲେ ଏହି ବରିଷ୍ଠ ନେତା । ନିଜ ଜ୍ୱାଇଁ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପାଇଁ ଓକିଲାତି କରି ବିରୋଧୀ ବିଧାୟକ ଦଳକୁ ଚ୍ୟାଲେଂଜ୍ କରିଥିଲେ ସୁର । ଯାହାକୁ ଅତି କଡ଼ା ଭାଷାରେ କାଉଂଟର କରିଥିଲେ ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ।

ସୁର ଓ ତାରାଙ୍କ କଳି କଂଗ୍ରେସର ଗୋଷ୍ଠୀକନ୍ଦଳକୁ ଏକ ନୂତନ ସ୍ତରକୁ ନେଇଯାଇଥିଲା । ଦୁଇ ପକ୍ଷରୁ ପ୍ରତିଦିନ ଏପରି ବୟାନବାଜି ଚାଲିଥିଲା ଯାହା କଂଗ୍ରେସ କର୍ମୀ ଓ ନେତାଙ୍କୁ ହତଚକିତ୍ କରିଦେଇଥିଲା । ତାରା ଓ ସୁରଙ୍କ ଯୁଦ୍ଧ ଥମିବାର ନାଁ ନନେବାରୁ ଜ୍ୱାଇଁ ପ୍ରସାଦଙ୍କ ପାଇଁ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ ଆମେରିକାରେ ଥିବା ନିଜ ପୁଅ ନିକଟକୁ ଯାଇଛନ୍ତି ସୁର । କିନ୍ତୁ ସ୍ଥିତିକୁ ସମ୍ଭାଳିବାକୁ ପ୍ରସାଦଙ୍କ ପରାମର୍ଶରେ ସୁର ଏହି ବିରତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଦେଖନ୍ତୁ ଏହି ଭିଡ଼ିଓ –