ବିଜେଡି ବିଧାୟକଙ୍କ ମନ ଛାଡିଗଲାଣି,କେବଳ ଦଳ ଛାଡିବା ବାକି ଅଛି! ସୁରେଶ ପୁଜାରୀଙ୍କ ବିସ୍ପୋରକ ବୟାନ

55

କନକ ବ୍ୟୁରୋ : ବିଧାୟକ ଦଳ ଛାଡିନାହାନ୍ତି କିନ୍ତୁ ଦଳରୁ ମନ ଫେରାଇନେଲେଣି । କେବଳ ଦଳବଦଳ ଆଇନ ବାନ୍ଧି ରଖିଛି ବିଧାୟକଙ୍କୁ ନଚେତ କେବେଠୁ ଅନେକ ବିଧାୟକ ଦଳ ଛାଡି ବିଜେପିରେ ଯୋଗ ଦେଇ ସାରନ୍ତେଣି । ଏଭଳି ବିସ୍ପୋରକ ବୟାନ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ । ସେ କହିଛନ୍ତି ବିଜେପି ୨୦୧୯ରେ ମିଶନ ୧୨୦ ପାଇଁ କାମ କରୁଛି । ବିଜେଡିର କିଛି ପୂର୍ବତନ ଓ ୧୨ଜଣ ବର୍ତମାନ ବିଧାୟକ ଆମ ସମ୍ପର୍କରେ ଅଛନ୍ତି । ବିଜେଡିରୁ କିଛି ବିଧାୟକଙ୍କ ମନ ଛାଡିଲାଣ ିା ସେମାନେ କେବଳ ଦଳ ଛାଡିବା ବାକି ଅଛି । ତେବେ କେତେ ସଂଖ୍ୟାରେ ନେତା ବିଜେପିରେ ସାମିଲ ହେବେ ସେ ନେଇ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । କିନ୍ତୁ ଯେତିକି ନେତା ଦଳ ଛାଡିବେ ତାହା ନବୀନଙ୍କ ପାଇଁ ଚିନ୍ତାର କାରଣ ପାଲଟିବ । କାରଣ ଅନେକ ବିଜେଡି ଓ କଂଗ୍ରେସ ନେତା ନିଜ ନିଜ ଦଳ ପ୍ରତି ବିମୁଖ ହୋଇ ସାରଲେଣି । ତେଣୁ ସେମାନେ ବିଜେପିରେ ଯୋଗ ଦେବାକୁ ଆମ ସହ ସର୍ମ୍ପକରେ ଅଛନ୍ତି ବୋଲି କହିଛନ୍ତି ସୁରେଶ । କିନ୍ତୁ ଏହି ଚିତ୍ର ନିର୍ବାଚନ ପୂର୍ବର ସବ ସ୍ପଷ୍ଟ ହୋଇଯିବ ।

bijepur electionଏହାସହିତ ବିଜେପୁର ନିର୍ବାଚନକୁ ନେଇ ବିସ୍ପୋରକ ବୟାନ ଦେଇଛନ୍ତି ସୁରେଶ । ସେ କହିଛନ୍ତି, ନାରାୟଣ ସାହୁ ଜଣେ ଯୋଗ୍ୟ ପ୍ରାର୍ଥୀ । ସେ ଦଳ ଛାଡିବା ବିଶ୍ୱାସଯୋଗ୍ୟ ନୁହେଁ । ବିଜେପୁରରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କୌଣସି ନିଷ୍ପତି ନିଆଯାଇନାହିଁ । ତେବେ ବିଜେପିରେ ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀ ମିଶିବା ପରେ ନାରାୟଣ ସାହୁ ଦଳ ଛାଡିବେ ବୋଲ ଚର୍ଚ୍ଚା ଜୋର ଧରିଛି ।

bijepur politicsବିଜେପୁର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ବିଜେପୁରକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ସୁବଳ ସାହୁଙ୍କ ଦେହାନ୍ତ ପରେ ଏଭଳି ସ୍ଥିତି ବିଜେପୁରରେ ସୃଷ୍ଟି ହୋଇଛି । ପ୍ରଥମେ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା । ପରେ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତରେ ଅସନ୍ତୋଷର ନିଆଁ କୁହୁଳିଥିଲା । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ସବୁକିଛି ଶାନ୍ତ ପଡିଥିଲା ।

bijepurଏହାପରେ ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ଅଧ୍ୟାୟ ସାମ୍ନାକୁ ଆସିଲା । ଲଗାତାର କିଛିଦିନ ଧରି ମିଡିଆର କଭର ପେଜରେ ରହିଲେ ଅଶୋକ । ଏପରିକି ବିଜେଡିର ଗୁମର ଗଣମାଧ୍ୟମ ଆଗରେ ଫିଟାଇଥିଲେ । ଏହା ନବୀନଙ୍କୁ ଖୁବ ବାଧିଥିଲା । ତେଣୁ ଗଣମାଧ୍ୟମ ସାମ୍ନାକୁ ଆସି ଅଶୋକଙ୍କ ଅଭିଯୋଗକୁ ମିଛ ବୋଲି କହିଥିଲେ ନବୀନ । କିନ୍ତୁ ଘରେ ନ ପଶୁଣୁ ଚାଳ ବାଜିବା ପରି କଥା ହୋଇଥିଲା ଅଶୋକଙ୍କ କ୍ଷେତ୍ରରେ । ଅଶୋକ ଦଳରେ ସାମିଲ ହେବା ପରେ ଖୋଲାଖୋଲି ବିରୋଧ କରିଥିଲେ ବରଗହ ଜିଲ୍ଳା ସଭାପତି ନାରାୟଣ ସାହୁ । ଏପରିକି ବିଜେପିର ମିଶ୍ରଣ ପର୍ବରେ ମଧ୍ୟ ଯୋଗ ଦେଇନଥିଲେ । ଯାହା ଦଳୀୟ କନ୍ଦଳକୁ ପଦାରେ ପକାଇଥିଲା । ବରିଷ୍ଠ ନେତା ଏହାକୁ ଯେତେ ଲୁଚାଇଥିଲେ ମଧ୍ୟ ଏହା ସାମ୍ନାକୁ ଆସିଥିଲା । କିନ୍ତୁ ବିଜେପୁରରେ କଂଗ୍ରେସ ଟିକିଏ ପଛୁଆ ପଡିଯାଇଛି । ଏଯାଏଁ ଦଳୀୟ ପ୍ରାର୍ଥୀ କିଏ ହେବ ତାହା ଠିକ ହୋଇନାହିଁ । ଏସବୁ ଆରୋପ ପ୍ରତ୍ୟାରୋପ ଭିତରେ କିଏ ବିଜେପୁରରେ ବାଜି ମାରୁଛି ତାହା ଦେଖିବା ବାକି ରହିଲା ।