ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ : ସୁରେଶ ପୂଜାରୀ

29

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ରାସନକାର୍ଡ ବଂଟନ କରିବା ପରିବର୍ତେ ଅଯୋଗ୍ୟ ହାତିଧିକାରୀଙ୍କୁ ଗିରଫ କରାଯାଉଛି । ଏଥିପାଇଁ ନବୀନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । କହିଛନ୍ତି ଅଯୋଗ୍ୟ ହିତାଧିକାରୀ ଚୟନରେ ସରକାର ମଧ୍ୟ ସମପରିମାଣରେ ଦାୟୀ । ତେଣୁ ଏମାନଙ୍କୁ ଗିରଫ କରିବା ପରିବର୍ତେ ସରକାର ତଦନ୍ତକରି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାପାଇଁ ସେ ଦାବି କରିଛନ୍ତି । ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୁରେଶ ପୂଜାରୀ କହିଛନ୍ତି ସରକାରଙ୍କ ଗିରଫଦାରି ଭୟରେ ଲୋକଙ୍କ ଘରେ ଚୁଲି ଜଳୁନି ।