ବିଜେପି ସଂସଦୀୟ କମିଟିରେ ୩ ଓଡ଼ିଆ । ସୁରେଶ ପୂଜାରୀ ହେଲେ ଲୋକସଭାରେ ବିଜେପି ସଚେତକ ।

1,112

କନକ ବ୍ୟୁରୋ: ସୁରେଶ ପୂଜାରୀଙ୍କୁ ନୂଆ ଦାୟିତ୍ୱ । ବରଗଡ ବିଜେପି ସାଂସଦ ସୁରେଶ ପୁଜାରୀ ଲୋକସଭାରେ ବିଜେପି ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏନେଇ ନିଷ୍ପତି ହୋଇଛି । ତେବେ ସୁରେଶ ଓଡ଼ିଶା ସହ ତିନୋଟି ରାଜ୍ୟ ମଣିପୁର ଏବଂ ତେଲେଙ୍ଗାନା ଭଳି ରାଜ୍ୟର ସଚେତକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏନେଇ ନିଷ୍ପତି ହୋଇଛି ।

ସେପଟେ ସୁରେଶଙ୍କ ବାଦ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ମଧ୍ୟ ଖୁସି କରିବାକୁ ଉଦ୍ୟମ କରିଛି । ତେଣୁ ଲୋକସଭା ପାଇଁ ଜୁଏଲ ଓରାମଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ କରାଯାଇଥିବାବେଳେ ରାଜ୍ୟସଭା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଚୟନ କରାଯାଇଛି ।

juel oram on bjdସେହିଭଳି ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ବିଜେପି ଲୋକସଭା ଉପନେତା ଭାବେ ରାଜନାଥ ସିଂହଙ୍କୁ ନିଯୁକ୍ତ ହୋଇଥିବା ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏନେଇ ନିଷ୍ପତି ହୋଇଛି ।