ଆଜିଠୁ ଗଡିବ ନୟାଗଡକୁ ରେଳ ! ଭିଡିଓ କନଫରେନସିଂ ମାଧ୍ୟମରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ କରିବେ ନୁଆ ରେଳପଥର ଉଦଘାଟନ

23

କନକ ବ୍ୟୁରୋ : ରେଳ ମାନଚିତ୍ରରେ ସଂଯୋଗ ହେବ ନୟାଗଡ । ଆଜିଠୁ ନୟାଗଡକୁ ଗଡିବ ଟ୍ରେନ୍ । ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ନୂତନ ଲାଇନ୍ ପ୍ରକଳ୍ପର ବୋଲଗଡ ରୋଡ୍ ଠାରୁ ନୟାଗଡ ଟାଉନ୍ ମଧ୍ୟରେ ନବନିର୍ମିତ ନୂତନ ଲାଇନ୍ ସେକ୍ସନକୁ ସମର୍ପଣ କରାଯିବ । ନୟାଗଡ ଟାଉନ ଷ୍ଟେସନ ଓ ଭବନ ଓ ବୋଲଗଡ ଟାଉନରେ ପାସେଞ୍ଜର ହଲ୍ଟ ହେବ ।

ରେଳମନ୍ତ୍ରୀ ସୁରେଶ ପ୍ରଭୁ ଭିଡିଓ କନଫରେନ୍ସସିଂ ମାଧ୍ୟମରେ ରେଳଭବନ ନୂଆଦିଲ୍ଲୀରୁ ଏହି ନୂତନ ରେଳପଥର ଉଦଘାଟନ କରିବେ । ଅପରାହ୍ନ ୩ଟାରେ ସବୁଜ ପତାକା ପ୍ରଦର୍ଶନ କରି ସୁରେଶ ଏହାର ଶୁଭାରମ୍ଭ କରିବେ । ଏହି ଉଦଘାଟନ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଏହାକୁ ନେଇ ଅଂଚଳବାସୀଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।