ସୁରଟ୍ କୋଚିଙ୍ଗ୍ କ୍ଲାସ୍ ନିଆଁ ଲାଗିବା ଘଟଣା ! ଗୋଟିଏ ବିଜୁଳୀ ଖମ୍ବ ନେଲା ୨୦ ଜୀବନ , ଜୀବନ ବଚାଂଇବା ପାଇଁ ୧୦ ରୁ ଅଧିକ ପିଲା ଚତୁର୍ଥ ମହଲାରୁ ତଳକୁ ଡେଇଁଥିଲେ

824

ଗୁଜୁରାଟର ସୁରଟ୍ ସ୍ଥିତ ତକ୍ଷଶିଳା କମ୍ପଲେକ୍ସରେ ଶୁକ୍ରବାର ସନ୍ଧ୍ୟା ସମୟରେ ଭିଷଣ ନିଆଁ ଲାଗିବା ଘଟଣାର ତଦନ୍ତ କରାଯାଉଛି । ତେବେ ତଦନ୍ତରୁ ଜଣାପଡୁଛି ଯେ କୋଚିଙ୍ଗ୍ ସେଣ୍ଟର ପାଖରେ ଥିବା ଏକ ବିଜୁଳୀ ଖମ୍ବରେ ସର୍ଟ ସର୍କିଟ୍ ହେବା ଦ୍ୱାରା ନିଆଁ ଲାଗିଥିଲା । ତେବେ ସମୟ ଥିବା ପୂର୍ବରୁ ନିଆଁ ଉପରେ ଆୟତ୍ତ ନ ଦିଆଯିବାରୁ ନିଆଁ ଚାରିଆଡେ ବ୍ୟାପିଥିଲା । ଏହି ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୨୦ ଜଣ ନିରୀହଙ୍କ ଜୀବନ ଯାଇଥିôବା ବେଳେ ୧୮ ଜଣ ଗୁରୁତର ଅବସ୍ଥାରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଜୀବନ ବଚାଂଇବା ପାଇଁ ଦଶରୁ ଅଧିକ ପିଲା ୪ ର୍ଥ ଏବଂ ତୃତୀୟ ତାଲାରୁ ତଳକୁ ଡେଇଁ ପଡିଥିଲେ । ଏହି ଘଟଣାର ଜାଞ୍ଚ୍ ପାଇଁ ସୁରଟ୍ କ୍ର୍ରାଇମ୍ ବ୍ର୍ରାଞ୍ଚ୍ ହାତକୁ ମାମଲା ଦିଆଯାଇଛି ।

କ’ଣ ହୋଇଥିଲା ତକ୍ଷଶୀଳା କମ୍ପଲେକ୍ସରେ ?

ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ କୋଚିଙ୍ଗ୍ ଚେଣ୍ଟର ପାଖରେ ଇଲେକ୍ଟ୍ରିକ୍ ପୋଲ୍ ପାଖରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଖମ୍ବ ପାଖରେ କିଛି ବାଇକ୍ ଏବଂ କାର୍ ପାର୍କ ହୋଇଥିଲା । ଯାହା ପ୍ରଥମେ ନିଆଁର ଆକ୍ରୋଶରେ ଆସିଯାଇଥିଲା । ଏହି ଗାଡି ମଧ୍ୟରୁ ଗୋଟିଏରେ ନିଆଁ ଲାଗି ବ୍ଲାଷ୍ଟ ହେଲା ଏବଂ ବିଲଡିଙ୍ଗ୍ କୁ ନିଆଁ ଧରିନେଲା । ଚାହୁଁ ଚାହୁଁ ଏହି ନିଆଁ ବିଲଡିଙ୍ଗ୍ ରେ ପ୍ରସାରିତ ହୋଇଗଲା । ନିଆଁ ଲାଗିବା ସମୟରେ ବିଲଡିଙ୍ଗ୍ ଭିତରେ ୫୦ ଜଣ ଛାତ୍ରଛାତ୍ରୀ ଥିଲେ । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ପିଲାଙ୍କ ଦ୍ୱାଦଶ ଫଳାଫଳ ମଧ୍ୟ ବାହାରିଥିଲା ।

ଯିବା ଆସିବା ପାଇଁ ଥିଲା ଗୋଟିଏ ରାସ୍ତା :

ଆପଣଙ୍କୁ କହିରଖୁଛୁ କୋଚିଙ୍ଗ୍ ସେଣ୍ଟରରେ ଯିବା ଆସିବା କରିବା ପାଇଁ କେବଳ ଗୋଟିଏ ରାସ୍ତା ହିଁ ଥିଲା । ସର୍ଟ ସର୍କିଟରେ ଯେଉଁ ଗାଡିରେ ନିଆଁ ଲାଗିଯାଇଥିଲା ଏହା ବିଲ୍ଡିଙ୍ଗ୍ ଆଗରେ ହିଁ ପାର୍କ ହୋଇଥିଲା ତେଣୁ ଯିବା ଆସିବା ରାସ୍ତା ମଧ୍ୟ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ପିଲାମାନେ ବିଲଡିଙ୍ଗ୍ ରୁ ଡେଇଁବା ଆରମ୍ଭ କରିଦେଇଥିଲେ । ଡେଉଁଥିବା ପିଲାଙ୍କ ମଧ୍ୟରୁ ଘଟଣାସ୍ଥଳରେ କିଛି ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଗୁରୁତର ଆହତ ହୋଇଛନ୍ତି । ଏହି ଲୋମଟାଙ୍କୁରା ଘଟଣାକୁ ଦେଖି ଅହମ୍ମଦାବାଦ ସରକାର ସବୁ କୋଚିଙ୍ଗ୍ କ୍ଲାସ୍ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ସୁରତ୍ ର ସରଥାନା ସ୍ଥିତ ତକ୍ଷଶୀଳା କମ୍ପଲେକ୍ସରେ ଏହି ଦୁଃଖଦ ଘଟଣା ଘଟିଥିଲା । ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି । ନିଆଁ ଏତେ ତୀବ୍ର ଥିଲା ଯେ ଏହାକୁ ରୋକିବା ପାଇଁ ୧୯ ଟି ଦମକଳ ଲାଗିବାକୁ ପଡିଥିଲା ।