ଦୋହଲିଯିବ ଆପଣଙ୍କ ଚିନ୍ତାଧାରା, ଯେତେବେଳେ ସୁରଟ ନାବାଳିକା ଘଟଣାର ପୁରା ବାସ୍ତବତା ଜାଣିବେ ।

31

୨୦୧୮ ଏପ୍ରିଲ ୬ ତାରିଖ, ସମଗ୍ର ଦେଶ ପାଇଁ ଥିଲା ଏକ ଲଜ୍ଜାଜନକ ଘଟଣା । ଗୁଜୁରାଟର ସୁରଟ ଠାରେ ୧୧ ବର୍ଷର ଜଣେ ନାବାଳିକା ଝିଅର ମୃତ ଦେହ ମିଳିଥିଲା । ତେବେ ପୋଲିସ ଝିଅଟିର ପରିଚୟ ଜାଣିବାକୁ ପାଇଛି । ପୋଲିସ ଯାହା ଅନୁମାନ କରୁଥିଲା ତାହା ହିଁ ସତ ହେଲା । ଝିଅଟି ସୁରଟର ନୁହେଁ ବରଂ ଗୁଜୁରାଟର ବାହାର ଅଞ୍ଚଳର । ଯାହା ସହ ଅପରାଧ କରାଯାଇ ମୃତ ଦେହକୁ ଗୁଜୁରାଟରେ ଆଣି ଫିଙ୍ଗାଯାଇଥିଲା । ଝିଅଟିକୁ ୮ ଦିନ ଧରି ନିର୍ଯ୍ୟାତନା ଦିଆଯାଇଥିଲା । ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା ଏବଂ ଏହା ପରେ ତାକୁ ଜୀବନରୁ ମାରିଦିଆଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ଝିଅଟିକୁ ୮ଦିନ ଧରି ବାନ୍ଧି ରଖି ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରାଯାଇଛି । ହତ୍ୟା କରିବା ପରେ ଝିଅଟିର ମୃତ ଦେହକୁ ସୁରଟର ରାସ୍ତାରେ ଫୋପାଡି ଦିଆଯାଇଥିଲା । ଝିଅଟିର ମୃତ ଦେହରେ ଆଘାତ ଲାଗିଥିବାର ୮୬ଟି ଚିହ୍ନ ରହିଛି । ଏବଂ ଆଭ୍ୟନ୍ତରୀଣ ଅଙ୍ଗ ଆଖପାଖରେ ମଧ୍ୟ ଅନେକ କ୍ଷତ ଚିହ୍ନ ରହିଛି । ତେବେ ପୋଲିସ ଝିଅ କିମ୍ବା ତାର ପରିବାରର ସୂଚନା ଦେବା ଲୋକଙ୍କୁ ୨୦୦୦୦ ଟଙ୍କା ପୁରସ୍କାର ଦେବା ନେଇ ଘୋଷିତ କରିଥିଲା । ଏବଂ ଏହା ସହ ଝିଅଟିର ପରିଚୟ ପାଇଁ ୧୨୦୦୦ ପୋଷ୍ଟର ମଧ୍ୟ ବଣ୍ଟା ଯାଇଥିଲା ।

ତେବେ ଏହି ମାମଲାରେ ଏବେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଝିଅ ଏବଂ ଝିଅଟିର ମା’ଙ୍କ ସମ୍ବନ୍ଧୀୟ ରହିଛି । ଶୁକ୍ରବାର ଏହି ଦୁଷ୍କର୍ମ ମାମଲାର ସମାଧାନ କରାଯାଇଥିବା ଅହମ୍ମଦାବାଦ ପୋଲିସ କହିଛି ।

ଆସନ୍ତୁ ଜାଣିବା କଣ ଥିଲା ପୁରା ଘଟଣା । ୧୧ ବର୍ଷର ଝିଅଟିକୁ କିଭଳି କରାଯାଇଥିଲା ଦୁଷ୍କର୍ମ ? ଏବଂ ପୋଲିସ କେଉଁ ଆଧାରରେ ଘଟଣାର ସତ୍ୟତା ପରିପ୍ରକାଶ କରୁଛି ।

• ଅହମ୍ମଦାବାଦ ପୋଲିସର ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଝିଅଟି ଗୁଜୁରାଟର ନଥିଲା । ଝିଅଟିକୁ ରାଜସ୍ଥାନର ଗଙ୍ଗାନଗରରୁ କିଣାଯାଇଥିଲା । ହରସାଇ ଗୁର୍ଜର ନାମକ ଜଣେ ବ୍ୟକ୍ତି ଝିଅ ଏବଂ ଝିଅଟିର ମା ଉଭୟଙ୍କୁ ସେଠାରୁ ୩୫୦୦୦ ଟଙ୍କାରେ ଗୌତି ଶ୍ରମିକ ଭାବେ କିଣିଥିଲେ ।

• ଟାଇମ୍ସ ଅଫ ଇଣ୍ଡିଆର ଏକ ଖବର ଅନୁଯାୟୀ, ଏହି ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ହରସାଇ ଗୁର୍ଜର ସୁରଟର ମାର୍ବଲ ୟୁନିଟରେ ଲେବର କଣ୍ଟ୍ରାକ୍ଟର ଥିଲେ । ନରେଶ ଏବଂ ଅମର ସିଂହ ନାମକ ଦୁଇ ଜଣ ବ୍ୟକ୍ତି ତା ପାଇଁ କାମ କରୁଥିଲେ । ମାର୍ଚ୍ଚ ୧୫ ତାରିଖରେ ଗଙ୍ଗାନଗରରୁ ମା ଏବଂ ଝିଅକୁ କିଣାଯିବା ପରେ ହରସାଇ ସେମାନଙ୍କୁ ସୁରଟ ନେଇ ଆସିଥିଲେ । ସୁରଟ ଆଣିବା ପରେ ସେ ଉଭୟ ଝିଅ ଏବଂ ତା ବିଧବା ମାଙ୍କୁ ଦୁଷ୍କର୍ମ କରିବାରେ ଲାଗିଥିଲା । ଆଉ ମହିଳା ଜଣଙ୍କ ଏହାର ବିରୋଧ କରିବାରୁ ହରସାଇ ତାଙ୍କୁ ମାରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ଆଉ ମାର୍ଚ୍ଚ ୨୦ ତାରିଖରୁ ମହିଳା ଜଣଙ୍କ ନିଖୋଜ ହୋଇଯାଇଥିଲେ । ଡିସିପି କ୍ରାଇମ ବ୍ରାଞ୍ଚ ଦୀପକ ଭଦ୍ରନ କହିଛନ୍ତି ଯେ, ମହିଳା ଜଣଙ୍କ ନିଖୋଜ ହେବା ପରେ ହରସାଇ ଝିଅଟିକୁ ଗଙ୍ଗାପୁରରେ ହିଁ ଲୁଚେଇ ରଖିଥିଲା । ଏବେ ଅତି ନିର୍ଦ୍ଦୟ ଭାବେ ସେ ଝିଅଟିର ଦୁଷ୍କର୍ମ କରିବାରେ ଲାଗିଥିଲା । ଆଉ ଯେତେବେଳେ ଝିଅଟିକୁ ଲୁଚାଇ ରଖିବା କାଠିକର ପାଠ ହୋଇଗଲା ସେତେବେଳେ ସେ ଝିଅଟିର ହତ୍ୟା କରିଦେଲା ।

• କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର କିରଣ ଚୌଧୁରୀ କହିଛନ୍ତି ଯେ, ଝିଅଟିକୁ ହତ୍ୟା କରିବା ପରେ ଏପ୍ରିଲ ୫ ତାରିଖ ଦିନ ହରସାଇ ଝିଅଟିର ମୃତ ଦେହକୁ କାରରେ ରଖି ସୁରଟରେ ଥିବା ନିଜ ଘରଠାରୁ ଦୁଇ କିଲୋମିଟର ଦୂରକୁ ନେଇ ରାସ୍ତାରେ ଫୋପାଡି ଦେଇଥିଲା । ଆଉ ଯେତେବେଳେ ହରସାଇ ସହ କାମ କରୁଥିବା ନରେଶ ଏ ବାବଦରେ ହରସାଇକୁ ପଚାରିଥିଲେ ସେତେବେଳେ ହରସାଇ କହିଥିଲା ଯେ, ସେ ଝିଅଟିକୁ ହତ୍ୟା କରି ଫୋପାଡି ଦେଇଛି । ଏପରିକି ଏହି ଘଟଣା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ହରସାଇ ନରେଶଙ୍କୁ ଧମକ ଦେଇଥିଲା ।

• ସିସିଟିଭି ଫୁଟେଜ ଆଧାରରେ ପୋଲିସ ଏହି ଘଟଣାରେ ବ୍ୟବହୃତ ହୋଇଥିବା କାରଟିକୁ ଜବତ କରିବା ସହ କାରଟିର ମାଲିକଙ୍କ ସନ୍ଧାନ କରିଥିଲା । ଏହି କାରର ମାଲିକ ଥିଲେ ହରି ସିଂହ । ଯିଏକି ହରସାଇଙ୍କର ଭାଇ ଅଟନ୍ତି । ଏହା ପରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ହରସାଇକୁ ଗିରଫ କରିଛି । ଏବଂ ଏହା ସହ ଅନ୍ୟ ତିନି ଜଣ ବ୍ୟକ୍ତି ନରେଶ, ଅମର ଏବଂ ହରି ସିଂହଙ୍କୁ ପୋଲିସ ହେଫାଜତରେ ନେଇଛି ।