ମୋଦିଙ୍କ ସଭାରେ ଅଚାନକ୍ ବେହୋସ୍ ହୋଇଗଲେ କ୍ୟାମେରାମ୍ୟାନ୍ ! ଅଧାରେ ଭାଷଣ ବନ୍ଦ କଲେ ପ୍ରଧାନମନ୍ତ୍ରୀ, ତୁରନ୍ତ ଡକାଇଲେ ଆମ୍ବୁଲାନ୍ସ

296

ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସୁରଟ ଏୟାରପୋର୍ଟର ନୂଆ ଟର୍ମିନାଲର ଉଦଘାଟନ କରିଛନ୍ତି । ତେବେ ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ଜନସଭାରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି ଏଠାରେ କହିଛନ୍ତି ଆଗାମୀ କିଛି ବର୍ଷରେ ସୁରଟ ଭାରତର ସବୁଠାରୁ ଅଧିକ ବିକାଶ କରୁଥିବା ସହରରେ ପରିଣତ ହୋଇଯିବ । ବିକଶିତ ସହରର ତାଲିକାରେ ପ୍ରଥମ ଦଶଟିରେ ରହିବ ସୁରଟ୍ । ତେବେ ମୋଦି  ଭାଷଣ ଦେବା ସମୟରେ ସେଠାରେ ସୁଟ୍ କରୁଥିବା ଜଣେ ଅଚାନକ୍ କ୍ୟାମେରାମ୍ୟାନ୍ ବେହୋସ୍ ହୋଇଯାଇଥିଲେ । ଏକଥା ଦେଖି ମୋଦ ଭାଷଣକୁ ଅଧାରେ ରୋକି ଦେଇଥିଲେ । ଏବଂ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଡଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁସାରେ କ୍ୟାମେରାମ୍ୟାନ୍ କିଶନ୍ ରମୋଲିଆ ଅଚାଳନକ ବେହୋସ୍ ହୋଇ ଖସିପଡ଼ିଥିଲେ । କିଛି ସମୟ ମଧ୍ୟରେ ହିଁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା । ଆଉ ତୁରନ୍ତ ତାଙ୍କୁ ମେଡ଼ିକାଲ ନିଆଯାଇଥିଲା । ଆଉ ତା’ପରେ ମୋଦି ଭାଷଣ ପୁଣି ଥିରେ ଆରମ୍ଭ କରିଥିଲେ । ମୋଦିଙ୍କ ଏନି ନିଆରା ଅନ୍ଦାଜ ଲୋକଙ୍କୁ ବେଶ୍ ପସନ୍ଦ ଆସିଥିଲା ।