ସୁରଟ୍ କୋଚିଙ୍ଗ୍ କ୍ଲାସ୍ ନିଆଁ ଲାଗିବା ଘଟଣା ! ନିଜ ଜୀବନକୁ ଖାତିର ନକରି ନିରୀହ ପିଲାଙ୍କ ଜୀବନ ବଂଚାଇବା ପାଇଁ ନିଆଁ ଭିତରକୁ ଡେଇଁ ପଡିଥିଲେ କେତନ୍

2,681

ଗୁଜୁରାଟର ସୁରଟ୍ ସ୍ଥିତ ତକ୍ଷଶିଳା କମ୍ପଲେକ୍ସରେ ଶୁକ୍ରବାର ସନ୍ଧ୍ୟା ସମୟରେ ଭିଷଣ ନିଆଁ ଲାଗିବା କାରଣରୁ ୨୦ ଜଣ ନିରୀହଙ୍କ ଜୀବନ ଯାଇଥିବା ବେଳେ ୧୮ ଜଣ ଗୁରୁତର ଅବସ୍ଥାରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହି ଲୋମଟାଙ୍କୁରା ଘଟଣାକୁ ଦେଖି ଅହମ୍ମଦାବାଦ ସରକାର ସବୁ କୋଚିଙ୍ଗ୍ କ୍ଲାସ୍ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି ।

ତେବେ ଏହି ଘଟଣାରେ ଯେତେବେଳେ କିଛି ଲୋକ ବାହାରେ ଠିଆ ହୋଇ ଭିଡିଓ ବନାଉଥିଲେ ଭିଡ ଭିତରେ ଏଭଳି ଜଣେ ଲୋକ ଥିଲେ ଯେ ନିଜ ଜୀବନକୁ ଖାତିର ନକରି ଦ୍ୱିତୀୟ ମହଲାକୁ ଚଢିଯାଇଥିଲେ । ନାଁ ତାଙ୍କର କେତନ୍ ଜୋରବାଡିଆ । ତେବେ କେତନଙ୍କ ଏଭଳି କାର୍ଯ୍ୟ ପରେ ଆଉ କିଛି ଲୋକ ମଧ୍ୟ ପିଲାଙ୍କ ଜୀବନ ବଂଚାଇବା ପାଇଁ ନିଆଁ ଭିତରକୁ ଚାଲିଯାଇଥିଲେ ।

କ’ଣ ଥିଲା ମାମଲା : କୋଚିଙ୍ଗ୍ ସେଣ୍ଟରରେ ଯେତେବେଳେ ନିଆଁ ଲାଗିଥିଲା ତଳେ ସଡକରେ ଠିଆ ହୋଇଥିବା ଲୋକ ଭୀଷଣ ନିଆଁ କାରଣରୁ ଉପରକୁ ଚଢିବା ପାଇଁ ଡରୁଥିଲେ ଏବଂ ତଳେ ଠିଆ ହୋଇ ଯେତେବେଳେ ଏହି ଲୋମଟାଙ୍କୁରା ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିଲେ । ଠିକ୍ ଏହି ସମୟରେ କେତନ୍ ଜୋରବାଡିଆ ନାମକ ଜଣେ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ବିଲଡିଂ ଉପରକୁ ଚଢିଯାଇଥିଲେ । ଏକ ଗଣମାଧ୍ୟମକୁ ସାକ୍ଷାତ କରି ସେ କହିଥିଲେ , ମୁଁ ବିଲଡିଂରୁ ଭୀଷଣ ଧୂଆଁ ବାହାରୁଥିବାର ଦେଖିଲି ମୋ ମୁଣ୍ଡକୁ କିଛି ନ ପଶୁଥିବାରୁ ଗୋଟିଏ ଶିଢି ଉଠାଇ ବିଲଡିଂ ଉପରକୁ ଚଢିଗଲି ।

ପ୍ରଥମେ ଦୁଇ ପିଲାଙ୍କୁ ମୁଁ ନିଆଁ ଦାଉରୁ ରକ୍ଷା କଲି ଏବଂ ପରେ ୮ ରୁ ୧୨ ଜଣ ଲୋକଙ୍କୁ ନିଆଁରୁ ବଚାଂଇଲି । ଦମକଳ ବାହିନୀକୁ ଆସିବାରେ ୪୫ ମିନିଟ୍ ସମୟ ଲାଗିଥିଲା । ତେବେ କେତନ୍ ଙ୍କୁ ଦେଖି କିଛି ଲୋକଙ୍କ ମଧ୍ୟରେ ସାହସ ଆସିଥିଲା ଏବଂ ସେମାନେ ମଧ୍ୟ ପିଲାଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଆଗକୁ ଆସିଥିଲେ ।