୨୫୧ଜଣ ଝିଅଙ୍କୁ ବିବାହ କରାଇ ଚର୍ଚ୍ଚାରେ ହୀରା ବ୍ୟବସାୟୀ ! ଜନ୍ମ ନଦେଇବି ମହେଶ ସବାନୀ ତୁଲାଇଛନ୍ତି ବାପାର କର୍ତ୍ତବ୍ୟ

58

ସେ ଏମିତି ଜଣେ ବାପା । ଯାହାଙ୍କର ଅନେକ ଝିଅ । ହୃଦୟ ଖୋଲି ପ୍ରତି ବର୍ଷ ବାହା କରାନ୍ତି ସେମାନଙ୍କୁ । ଆଉ ତା’ସହ ଦିଅନ୍ତି ବହୁ ମୂଲ୍ୟବାନ ଜିନିଷ ଉପହାର । ନିଜ ଔରସ ଜାତ ଝିଅ ସେମାନେ ନହୋଇ ବି ସେମାନେ ପାଇଛନ୍ତି ବାପାର ସ୍ନେହ । କେବେ ବାପାର ଦାୟିତ୍ୱରେ ଅବହେଳା କରିନାହାଁନ୍ତି ସେ । ବାପା ଯେମିତି ଝିଅର ସବୁ ଇଚ୍ଛା ପୂରଣ କରିଥାଏ । ସେମିତି ଏହି ବାପା ଜଣକ କରିଛନ୍ତି । ସେ ଆଉ କେହି ନୁହଁନ୍ତି । ଗୁଜୁରାଟ ସୁରତର ନାମକରା ପ୍ରସିଦ୍ଧ ହୀରା ବ୍ୟବସାୟୀ ମହେଶ ସବାନୀ ।

ପ୍ରତିବର୍ଷ ଦୀବାଲୀରେ ନିଜର କର୍ମଚାରୀଙ୍କୁ ବୋନସ୍ ଓ କାର୍ ଦେବାରେ ଖୁବ୍ ପ୍ରସିଦ୍ଧ ଅଟନ୍ତି ମହେଶ ସବାନୀ । କିନ୍ତୁ ଏହିଥର କିଛି ଏମିତି କରିଛନ୍ତି ଯାହାକୁ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ମହେଶ ସବାନୀ ଗତ ରବିବାର ଦିନ ୨୫୧ଜଣ ଯୁବତୀଙ୍କ ବିବାହ କରାଇଛନ୍ତି । ଯେଉଁଥିରେ କି ୫ଜଣ ମୁସଲିମ୍ ଓ ଜଣେ ଖ୍ରୀଷ୍ଟିୟାନ୍ ଝିଅ । ପୁରା ରୀତିନୀତିରେ ଏହି ବାହାଘର ହୋଇଥିଲା । ଏଥିରୁ ୨ ଝିଅ ଏଚଆଇବି ପଜେଟିଭ୍ ମଧ୍ୟ ଥିଲେ ।

ରିପୋର୍ଟ ଅନୁସାରେ , ମହେଶ ସବାନୀ ଏମିତି ମହିଳାଙ୍କର ବିବାହ କରିଥାନ୍ତି , ଯାହାଙ୍କର ପିତା ନଥାନ୍ତି ଅଥବା ଯିଏ ବିବାହ କରିବାକୁ ଖର୍ଚ୍ଚ ଭରଣା କରିପାରନ୍ତି ନାହିଁ । ସେମାନଙ୍କୁ ସେ ସାହାଯ୍ୟର ହାତ ବଢାଇଥାନ୍ତି । ସେ କୁହନ୍ତି , ‘ମୁଁ ଏହି ପିଲାଙ୍କର ପିତା ହେବାର ଦାୟିତ୍ୱ ନିର୍ବାହ କରୁଛି ।’ ମହେଶ ସବାନୀ ୨୦୧୨ରୁ ପ୍ରତିବର୍ଷ କନ୍ୟାଦାନ କରିଆସୁଛନ୍ତି । ଏହି ବିବାହକୁ ବହୁ ଧୁମଧାମରେ କରିଥିଲେ ମହେଶ । ହଜାରରୁ ଅଧିକ ଲୋକ ଆସିଥିଲେ । ଯେଉଁଥିରେ ଥିଲେ ବର-କନ୍ୟାଙ୍କର ସଂପର୍କୀୟ ଓ ପରିବାର ସଦସ୍ୟ । ମହେଶ ସବାନୀ କନ୍ୟାପାତ୍ରୀଙ୍କୁ ସୋଫା , ବେଡ୍ ଓ ବହୁତ ଘରୋଇ ଜିନିଷ ଦେଇଛନ୍ତି । ଯେଉଁଥିରେ ସେମାନେ ନିଜର ବୈବାହିକ ଜୀବନ ଖୁସିରେ କଟେଇବେ ।

ମହେଶ ସବାନୀଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ସବୁଆଡୁ ପ୍ରଶଂସାର ପାତ୍ର ପାଲଟିଛନ୍ତି ସେ । ଜଣେ ଅମାପ ସଂପତ୍ତିର ଅଧିକାରୀ ହୋଇ ବି ମନରେ ନାହିଁ ଗର୍ବ ଓ ଅହଂକାର । ବରଂ ଅନ୍ୟକୁ ସାହାଯ୍ୟ କରିବାର ଅଭିପ୍ରାୟ ତାଙ୍କୁ ଆଜି ଦୁନିଆ ଆଗରେ ଜଣେ ମହାନ ବ୍ୟକ୍ତି ଭାବେ ପରିଚୟ ଦେଇଛି ।

( ସୌଜନ୍ୟ- ଏନଡି ଟିଭି )