ସୋରଡ଼ା ସତ୍ତା ପାଇଁ ଲଢ଼େଇ ! ଚାଲିଛି ମତଦାନ ପ୍ରକ୍ରିୟା, ନେତା ବାଛୁଛନ୍ତି ମତଦାତା ।

ଗତ ୪ଟି ନିର୍ବାଚନରେ ୩ ପ୍ରମୁଖ ଦଳକୁ ସୁଯୋଗ ଦେଇଛନ୍ତି ଭୋଟର, ଏଥର କାହାକୁ ନିଜର ନେତା ବାଛିବେ ଜନତା ।

64

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । କିଏ ହେବ ସୋରଡାର ଶେହନସା ? ଗତ ୪ଟି ନିର୍ବାଚନରେ ୩ ପ୍ରମୁଖ ଦଳକୁ ସୁଯୋଗ ଦେଇଛନ୍ତି ଭୋଟର, ଏଥର କାହାକୁ ନିଜର ନେତା ବାଛିବେ ଜନତା । ତେବେ ଆସିକା ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସୋରଡ଼ା ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ମତଦାତା । ସେପଟେ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଛାତିରେ ପସିଛି ଛନକା । କିଏ ମାରିବ ବାଜି ଆଉ କିଏ ବସିବ ସୋରଡ଼ା ସିଂହାସନରେ ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ତେବେ ଆସନ୍ତୁ ଜାଣିବା ସୋରଡ଼ା ବିଧାନସଭା କ୍ଷେତ୍ର ସମ୍ବନ୍ଧୀୟ କିଛି ରାଜନୈତିକ ପୃଷ୍ଠଭୂମିର ତଥ୍ୟ କ’ଣ କହୁଛି ।

୨୦୧୯ର ଲଢେଇ
ବିଜେଡି: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
କଂଗ୍ରେସ: ସଂଗ୍ରାମ ମହାନ୍ତି
ବିଜେପି: ନୀଳମଣି ବିଷୋୟୀ

୨୦୧୯-ବିଜେଡି: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
– ୨ଥର ବିଧାୟକ
– ୨୦୦୯ ଏବଂ ୨୦୧୪ରେ ବିଧାୟକ
– ବିଜେଡିର ବଡ ସଂଗଠନ ରହିଛି

୨୦୧୯-କଂଗ୍ରେସ: ସଂଗ୍ରାମ ମହାନ୍ତି
– କଂଗ୍ରେସର ଯୁବ ଚେହେରା ତଥା ଛାତ୍ର ନେତା
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି
– ସିପିଆଇଏମ୍ ନେତା ତଥା ମାଓ ମଧ୍ୟସ୍ଥ ଦଣ୍ଡପାଣି ମହାନ୍ତିଙ୍କ ପୁଅ

୨୦୧୯-ବିଜେପି: ନୀଳମଣି ବିଷୋୟୀ
– ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ
– ସ୍ୱାଧୀନ ଭାବେ ଲଢି ୪ ହଜାର ଭୋଟରେ ପରାଜିତ
– ପୂର୍ବତନ ବେଲଗୁଂଠା ବ୍ଳକ୍ ଅଧ୍ୟକ୍ଷ

ମୈଦାନରେ ମହିଳା ପ୍ରାର୍ଥୀ
– କେହି ନାହାଁନ୍ତି

ମୁହାଁମୁହିଁ ପ୍ରାର୍ଥୀ
– ଦୁଇଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି
– କଂଗ୍ରେସ, ଛାତ୍ର ନେତା ତଥା ନୂଆ ଚେହେରା ସଂଗ୍ରାମ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି
– ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ୪ ହଜାର ଭୋଟ୍ରେ ହାରିଥିବା ତଥା ପୂର୍ବତନ ବେଲଗୁଂଠା ବ୍ଳକ୍ ଅଧ୍ୟକ୍ଷ ନୀଳମଣି ବିଷୋୟୀଙ୍କୁ ପ୍ରାର୍ଥୀ କରିଛି ବିଜେପି

ସୋରଡା ବିଧାନସଭା ଆସନ
– ୧୯୫୭ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
– ଆସ୍କା ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ଅନନ୍ତ ନାରାୟଣ ସିଂହଦେଓ ୪ ଥର ବିଧାୟକ
– କଂଗ୍ରେସର ଦବଦବା ରହିଛି
– ୨୦୦୯ରେ ପ୍ରଥମଥର ବିଜେଡି ଜିତିଥିଲା
– ୨୦୦୯ ଏବଂ ୨୦୧୪ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜେଡ଼ିରୁ ବିଧାୟକ

ନିର୍ବାଚନ ମଣ୍ଡଳୀ ତଥ୍ୟ
– ସୋରଡ଼ା ଓ ବେଲଗୁଣ୍ଠା ବ୍ଳକ୍ ଏବଂ ଉଭୟ ଏନ୍ଏସିକୁ ନେଇ ସୋରଡା ନିର୍ବାଚନମଣ୍ଡଳୀ ଗଠିତ ।
– ବେଲଗୁଣ୍ଠା ବ୍ଳକ୍ ଅଣବିଜେଡ଼ି କବଜାରେ ରହିଛି ଏବଂ ସୋରଡ଼ା ବ୍ଳକ୍ ବିଜେଡ଼ି କବଜାରେ ।
– ଉଭୟ ଏନ୍ଏସି, ବିଜେଡ଼ି କବଜାରେ ରହିଛି ।

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୬ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୯ ହଜାର ୨୮୪
– ମତ ଦେଇଥିଲେ – ୧ ଲକ୍ଷ ୩୭ ହଜାର ୧୪୮
– ଭୋଟଦାନ ହାର – ୬୫.୫୩%

୨୦୧୪ର ଫଳାଫଳ
ପ୍ରାର୍ଥୀ                 ଦଳ           ଭୋଟ         ପ୍ରତିଶତ       ଫଳାଫଳ
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ       ବିଜେଡି       ୬୭,୫୪୬    ୪୯.୨୫%   ବିଜୟୀ
ବସନ୍ତ ବିଷୋୟୀ    କଂଗ୍ରେସ     ୫୧,୫୪୬    ୩୭.୫୮%    ପରାସ୍ତ
ଭଗବାନ ପଣ୍ଡା      ବିଜେପି      ୯,୨୭୦       ୬.୭୬%      ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ଦଳ – ବିଜେଡି
ଭୋଟ – ୬୭,୫୪୬
ପ୍ରତିଶତ – ୪୯.୨୫%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଭଗବାନ ପଣ୍ଡା
ଦଳ – ବିଜେପି
ଭୋଟ – ୯,୨୭୦
ପ୍ରତିଶତ – ୬.୭୬%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ବସନ୍ତ କୁମାର ବିଷୋୟୀ
ଦଳ – କଂଗ୍ରେସ
ଭୋଟ – ୫୧,୫୪୬
ପ୍ରତିଶତ – ୩୭.୫୮%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜୟୀ ହୋଇଥିଲେ
– ୬୭ହଜାର ୫୪୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ବିଷୋୟୀଙ୍କୁ ପରାସ୍ତ କରିଥିଲେ
– ୧୬ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୭ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୫ ହଜାର ୭୨୦
– ମତ ଦେଇଥିଲେ – ୧ ଲକ୍ଷ ୦୭ ହଜାର ୧୬୦
– ଭୋଟଦାନ ହାର –

୨୦୦୯ର ଫଳାଫଳ
ପ୍ରାର୍ଥୀ                     ଦଳ       ଭୋଟ           ପ୍ରତିଶତ       ଫଳାଫଳ
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ           ବିଜେଡି    ୪୩,୨୯୯   ୪୦.୪୧%    ବିଜୟୀ
ସୟଦ ମୁବାରକ         କଂଗ୍ରେସ  ୧୦,୫୧୭   ୯.୮୧%       ପରାସ୍ତ
ବି. ଦଣ୍ଡପାଣୀ ପାତ୍ର     ବିଜେପି     ୭,୮୧୧     ୭.୨୯%      ପରାସ୍ତ
ନୀଳମଣୀ ବିଷୋୟୀ    ସ୍ୱାଧୀନ    ୩୯,୨୮୮    ୩୬.୬୬%   ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ଦଳ – ବିଜେଡି
ଭୋଟ – ୪୩,୨୯୯
ପ୍ରତିଶତ – ୪୦.୪୧%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ବି. ଦଣ୍ଡପାଣୀ ପାତ୍ର
ଦଳ – ବିଜେପି
ଭୋଟ – ୭୮୧୧
ପ୍ରତିଶତ – ୭.୨୯%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୟଦ ମୁବାରକ
ଦଳ – କଂଗ୍ରେସ
ଭୋଟ – ୧୦,୫୧୭
ପ୍ରତିଶତ – ୯.୮୧%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜୟୀ ହୋଇଥିଲେ
– ୪୩ ହଜାର ୨୯୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ସ୍ୱାଧୀନ ପ୍ରାର୍ଥୀ ନୀଳମଣୀ ବିଷୋୟୀଙ୍କୁ ପରାସ୍ତ କରିଥିଲେ
– ୪ ହଜାର ୧୧ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୨ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ବଦଳିଥିଲେ ।
– ବି. ଦଣ୍ଡପାଣି ପାତ୍ରଙ୍କ ବଦଳରେ ଭଗବାନ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
– ସୟଦ ମୁବାରକଙ୍କ ସ୍ଥାନରେ ବସନ୍ତ କୁମାର ବିଷୋୟୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
– ୨୦୧୪ରେ ୨୦୦୯ ଅପେକ୍ଷା ୪୦ ହଜାରରୁ ଅଧିକ ଭୋଟ୍ ପାଇଥିଲା କଂଗ୍ରେସ
– ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ପୁଣି ପ୍ରାର୍ଥୀ କରି ଜିତିଥିଲା ବିଜେଡି