ମୋଦି-ନବୀନ କଂଗ୍ରେସ ମହାସମୁଦ୍ରରେ ଲିଭିଯିବେ! ସୁର ମାରିଲେ ତେରଛା ବାଣ

39

କନକ ବ୍ୟୁରୋ : ଥମୁନି କଂଗ୍ରେସ କନ୍ଦଳ । ପିସିିସି ସଭାପତିଙ୍କ ଇସ୍ତଫାପତ୍ରକୁ ରାହୁଲ ଗାନ୍ଧୀ ଗ୍ରହଣ ନକରିବା ଏବଂ ଏନେଇ ଶୃଙ୍ଖଳା କମିଟି ଅଧ୍ୟକ୍ଷା ଘୋଷଣା କରିବା ପରେ ଏହାକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ଏନେଇ ଆଜି ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି-ଶୃଙ୍ଖଳା କମିଟି ଅଧ୍ୟକ୍ଷାଙ୍କ ଜରିଆରେ ଏହି ଖବର କାହିଁକି ଦିଆଗଲା । ସିଧାସଳଖ ଏଆଇସିସି ଚିଠି କରି ଜଣାଇଥିଲେ ଅସୁବିଧା କେଉଁଠି ଥିଲା ବୋଲି ଶରତ ରାଉତ ପ୍ରଶ୍ନ କରିଛନ୍ତି । ବିନା କାରଣରେ ବିବାଦ ସୃଷ୍ଟି କରାଯାଉଥିବା କହିଛନ୍ତି । ରାହୁଲ ହେଉଛନ୍ତି ଦଳର ହାଇକମାଣ୍ଡ, ତାଙ୍କ ନିଷ୍ପତି ସର୍ବମାନ୍ୟ ଏବଂ ତାକୁ ଗ୍ରହଣ କରିବାକୁ ସମେସ୍ତ ବାଧ୍ୟ ବୋଲି ଶରତ କହିଛନ୍ତି ।

ଅନ୍ୟପଟେ ପ୍ରସାଦ ବିରୋଧୀ ନାରା ଦେଉଥିବା ନେତାଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହିଛନ୍ତି- ଯିଏ ରାହୁଲ ଗାନ୍ଧୀଙ୍କୁ ମାନୁ ନାହାଁନ୍ତି ସେମାନେ ଦଳ ଛାଡ଼ି ଯାଇପାରିବେ ବୋଲି ସଫାସଫା ଶବ୍ଦରେ ଶୁଣାଇ ଦେଇଛନ୍ତି ସୁର ରାଉତରାୟ । ଏପରିକି କିଛି ନେତା ଏବେ କଂଗ୍ରେସ ଛାଡି ଯିବାକୁ ଗୋଡ କାଢି ବସିଛନ୍ତି । ତେଣୁ ସେମାନେ ଖୁବଶୀଘ୍ର ଦଳ ଛାଡି ପଳାନ୍ତୁ ବୋଲି କହିଛନ୍ତି ସୁର । ଏହାଛଡା କଂଗ୍ରେସକୁ ମହାସମୁଦ୍ର ଆଖ୍ୟା ଦେଇଛନ୍ତି । ବେଳେବେଳେ ଏହା ଶୁଖିଯାଏ ବେଳେବେଳେ ଏହା ଫୁଲିଯାଏ । ଯେବେ କଂଗ୍ରେସ ଫୁଲିବ ସେବେ ମୋଦି-ନବୀନ ୟା ଭିତରେ କୁଆଡେ ଲିଭିଯିବେ ।