କଂଗ୍ରେସରେ ଟଣାଓଟଣା ! ଏୟାରପୋର୍ଟରୁ ହରିପ୍ରସାଦ ଫେରିଯିବା ନେଇ ନରସିଂହଙ୍କୁ ଟାର୍ଗେଟ୍ କଲେ ସୁର ରାଉତରାୟ

23

କନକ ବ୍ୟୁରୋ : ହରିପ୍ରସାଦଙ୍କୁ ବିମାନବନ୍ଦରରୁ ଫେରିଯିବାକୁ କହିଥିଲେ ବିରୋଧୀ ଦଳ ନେତା । ନରସିଂହ ମିଶ୍ରଙ୍କ ଏଭଳି ପ୍ରେସ୍ ରିଲିଜ୍ ପରେ ଚିହିଁକି ଉଠିଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ସୁର ରାଉତରାୟ । କଡା ଗଳାରେ ପ୍ରଶ୍ନ କରିଛନ୍ତି, ହରିପ୍ରସାଦଙ୍କୁ ଫେରାଇ ଦେବାକୁ ନରସିଂହ କିଏ? ଓଡିଶାରେ ହାଇକମାଣ୍ଡଙ୍କୁ ଅସମ୍ମାନ କରିବାକୁ ଦିଆଯିବ ନାହିଁ । କିନ୍ତୁ ଏସବୁ ଭିତରେ ପ୍ରଶ୍ନ ହୋଇ ରହିଯାଇଛି, କାହିଁକି ବିମାନବନ୍ଦରରୁ ଦିଲ୍ଲୀ ଫେରିଗରେ ଓଡିଶା କଂଗ୍ରେସ୍ ପ୍ରଭାରୀ । ସେପଟେ ହରିପ୍ରସାଦଙ୍କ ସହ ଫୋନ ବାର୍ତ୍ତାଳାପକୁ ନରସିଂହ ପ୍ରେସ୍ ରିଲିଜ୍ ଜରିଆରେ ସମସ୍ତଙ୍କୁ ଜଣାଇବା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି ।