କଂଗ୍ରେସର ପରାଜୟ ପରେ ଆବଶ୍ୟକ ଆତ୍ମସମୀକ୍ଷା, ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଜରୁରୀ : ୨୦୨୪ରେ ଦଳ ପୁଣି ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି କଲେ ସୁର

176

କନକ ବ୍ୟୁରୋ : କଂଗ୍ରେସର ବିପର୍ଯ୍ୟୟରେ ଦଳକୁ ଶକ୍ତ ଆଘାତ ଦେଇଛି । ଦଳ କେଉଁଥି ପାଇଁ ହାରିଲା ? କେଉଁ ତ୍ରୁଟି ଯୋଗୁଁ ଦଳକୁ ପରାଜୟର ମୁହଁ ଦେଖିବା ପାଇଁ ପଡ଼ିଛି ? ଦଳ ଯେଉଁ ଯେଉଁ ସ୍ଥାନରେ ପରାଜିତ ହୋଇଛି ସେ ସ୍ଥାନକୁ ଯାଇ ଲୋକମତ ସଂଗ୍ରହ କରାଯିବ ?ବିପର୍ଯ୍ୟୟ ସମୀକ୍ଷା କରାଯିବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ଦାୟିତ୍ୱରେ ଥିବା ନେତା ସଂଗଠନ ପାଇଁ ସମୟ ଦେବା ଦରକାର । ବର୍ତ୍ତମାନ ପରାଜୟର କାରଣ ଖୋଜି ୨୦୨୪ ପାଇଁ ପ୍ରସ୍ତୁତ ହେବ ।

୨୦୧୪ ବେଳକୁ କିପରି କଂଗ୍ରେସ ମଜଭୁତ ହେବ ସେନେଇ ଚର୍ଚ୍ଚା ହେବ । ଏଥର ୮୭ ଜଣ ଯୁବକଙ୍କୁ ଟିକେଟ ମିଳିଥିଲେ ହେଁ ଦଳ ପରାଜୟ ବରଣ କରିଛି । ସେମାନଙ୍କ ଉଦ୍ଦେଶ୍ୟରେ ସୁର କହିଛନ୍ତି, ଗାଁ ଗହଳି ଯିବା ସହ ନିଜ ନିଜ ନିର୍ବାଚନ ମଣ୍ଡଳୀ ଯାଇ ଦେଖିବା ଉଚିତ । ଲୋକଙ୍କ ଭଲମନ୍ଦରେ ଛିଡ଼ା ହେଲେ ଲୋକଙ୍କ ମନଜିଣି ହେବ । ଧୈର୍ଯ୍ୟ ଧରି ଜନତାଙ୍କ ସେବାରେ କାମ କଲେ ଦଳ ସଂଗଠିତ ହେବା ସହ ୨୦୨୪ ପାଇଁ ପ୍ରସ୍ତୁତ ରହିବ । ବୟସ୍କ ମାନେ ସାଇଡ଼୍ ହୋଇ ଯୁବଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରିବା ଉଚିତ ।

କଂଗ୍ରେସର ଦୁଇ ବରିଷ୍ଠ ନେତା ହେମାନନ୍ଦ ଓ କାହ୍ନଙ୍କ କଳି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ । ପରସ୍ପର ଭିତରେ ତୁ ତୁ ମେଁ ମେଁ ହେବା ଉଚିତ ନୁହେଁ । ନିଜ ଭିତର କଳିକୁ ପଦାକୁ ନଆଣି ସମାଧାନ କରିବା ଉଚିତ । କିଛି ସମସ୍ୟା ଥିଲେ ସମସ୍ତଙ୍କ ସହ ପରାମର୍ଶ କରି ଆଲୋଚନା କରିବା ଉଚିତ । କଂଗ୍ରେସ ଏକ ସ୍ଥାୟୀ ଦଳ । ୧୪୦ ବର୍ଷର ଦଳ କଂଗ୍ରେସ । ଦଳ ମହାବାତ୍ୟାର ସମ୍ମୁଖୀନ ହୋଇଛି । ତେବେ ଏଥିରେ ଦୁଃଖିତ ନହୋଇ କେଉଁଠି କେଉଁଠି କ୍ଷତି ହୋଇଛି ତର୍ଜମା କରିବା ଉଚିତ ।

୨୦୨୪କୁ ଦଳ ପ୍ରସ୍ତୁତ ହୋଇପାରିବ । ଦିଲ୍ଲୀ, ଭୁବନେଶ୍ୱର ଆଦି ବଡ଼ ସହରରେ ବସିବା ଅପେକ୍ଷା ଆତ୍ମସମୀକ୍ଷା କରି ଲୋକ ପ୍ରତିନିଧି ଲୋକଙ୍କ ପାଖକୁ ଯିବା ଉଚିତ । ବିଜେପିର ମୂଳଦୁଆ ନାହିଁ । ୨୦୨୪ରେ ପୁଣି କଂଗ୍ରେସ ଆସିବ । କଂଗ୍ରେସର ନବଗ୍ରହ ହିଁ ବିରୋଧୀ ଦଳଙ୍କୁ ମୁକାବିଲା କରିବା ପାଇଁ ଯଥେଷ୍ଟ । ବିରୋଧୀ ଦଳକୁ କଣା କରିଦେବେ ନବଗ୍ରହ । ଲୋକେ ଏବେ ଦୂରେଇ ଯାଇଛନ୍ତି ପୁଣି ଆସିବେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ବର୍ଷିଛନ୍ତି ସୁର ରାଉତରାୟ । ବିଜେପି ଜରିଆରେ ହିଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ବିଜେପି ସହିତ ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କ ରହିଛି । ଉଭୟ ଦଳ କେବଳ ପ୍ରହସନ କରୁଛନ୍ତି । କେନ୍ଦ୍ରରୁ ଅର୍ଥ ସାହାଯ୍ୟ ମାଗିବା ପାଇଁ କେବଳ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ।