ମୋଦି କିମ୍ବା ନବୀନ ମୋତେ କେହି କିଣିପାରିବେନି ! ଶେଷ ଇଚ୍ଛା, ମୋତେ କଂଗ୍ରେସ ଦଳ ଟିକେଟ ଦେଉ । ଜାଣନ୍ତୁ କାହିଁକି ଏପରି କହିଲେ ସୁର ରାଉତରାୟ

39

କନକ ବ୍ୟୁରୋ : ରାଜନୀତିରେ ଯିଏ ପାଦ ଦେଇଛି ସିଏ ଜାଣିଛି ଏହାର ମଜା । ରାଜନୀତିର ମୋହ ଭାଙ୍ଗିବା ଏତେ ସହଜ ନୁହେଁ । ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଶେଷ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଆଶା ବାନ୍ଧିଛନ୍ତି ସୁର ରାଉତରାୟ । ୨୦୧୯ରେ ନିର୍ବାଚନକୁ ସାମ୍ନା କରିବାକୁ ଆଶା ବାନ୍ଧିଛନ୍ତି ଏହି ବର୍ଷିଆନ ରାଜନେତା । ସେ କହିଛନ୍ତି, ତାଙ୍କର ଶେଷ ଇଚ୍ଛା ଦଳ ତାଙ୍କୁ ଟିକେଟ ଦେଉ । ଜଟଣୀ ନିର୍ବାଚନମଣ୍ଡଳୀରେ ସେ ଲଗାତର ପରିଶ୍ରମ କରିଆସିଛନ୍ତି । ଯଦି ଛିଡା ହେବେନି ତାର ମୂଲ୍ୟ କଣ ବୋଲି ସୁର ପ୍ରଶ୍ନ କରିଛନ୍ତି । ସେ ଗାନ୍ଧି କି ଗୋପବନ୍ଧୁ ନୁହଁନ୍ତି ଯେ ନିର୍ବାଚନ ଲଢ଼ିବେନି । କିନ୍ତୁ ତାଙ୍କର ଇଚ୍ଛା ଯେ, ଏଥର ଜଟଣୀ ଆସନରୁ ସେ ନିର୍ବାଚନ ଲଢ଼ିବେ ।

sura raoutrayହେଲେ ସୁରଙ୍କ ଏହି ଦାବି ପଛରେ ରହିଛି ଏକ ଛୋଟ କନଫ୍ୟୁଜନ । ୱାନ ମ୍ୟାନ ୱାନ ପୋଷ୍ଟ ନେଇ କଂଗ୍ରେସର ଏଜେଣ୍ଡା ଭିତରେ ସୁରଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିବା ପରେ ସେ ଏଭଳି ମନ୍ତବ୍ୟ ରଖିଛନ୍ତି । ଯାହାକୁ ନେଇ ରାଜନୀତିର ଏକ ରୋଚକ ଚିତ୍ର ସାମ୍ନାକୁ ଆସୁଛି । ହୁଏତ ସୁର ଚିନ୍ତା କରୁଥାଇ ପାରନ୍ତି କି, ଟିକେଟ ନ ଦେବା ପାଇଁ ତାଙ୍କୁ ସଭାପତି ପଦ ଥୋପ ଦିଆଯାଉଛି । କାରଣ ସଭାପତି ପଦ ମିଳିଲେ ଟିକେଟ ମିଳିବା ମୁସକିଲ । କିନ୍ତୁ ସୁର ରାଉତରାୟ ଏବେ ନିର୍ବାଚିତ ବିଧାୟକ ନଥିବାରୁ ତାଙ୍କ କ୍ଷେତ୍ରରେ ୱାନମ୍ୟାନ ୱାନପୋଷ୍ଟ ଲାଗୁ ହେବା ଆଶ ଯଥେଷ୍ଟ କମ୍ । କିନ୍ତୁ ଏହି ବର୍ଷିୟାନ ରାଜନେତାଙ୍କ ଟିକେଟ ମନ୍ତ୍ର କେଉଁଠି ନାଁ କେଉଁଠି ରାଜନୀତିର ଏକ ରୋଚକ ଦିଗକୁ ଇସାରା କରୁଛି । ଏହା ସହ ସ୍ପଷ୍ଟ ହେଉଛି ଯେ ସୁରଙ୍କ ପାଇଁ ନିର୍ବାଚନ କେତେ ଗୁରୁତ୍ୱପୂର୍ଣ୍ଣ ।

ଏହାଛଡ଼ା ଯଦି ଦଳ ପକ୍ଷରୁ ତାଙ୍କୁ ଟିକେଟ ନ ମିଳେ ତେବେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିବେ । ସୁବିଧାବାଦୀ ରାଜନେତାଙ୍କ ଭଳି ଅନ୍ୟ କୌଣସି ଦଳକୁ ଡିଆଁ ମାରିବେନି । କାରଣ ତାଙ୍କ ପାଖକୁ ଆଗରୁ ଉଭୟ ବିଜେଡ଼ି ଓ ବିଜେପି ପାଖରୁ ଅଫର ଆସିଛି । ଏପରିକି ନବୀନ ପଟ୍ଟନାୟକ କାଳେ ତାଙ୍କୁ ଟିକେଟ ଅଫର କରୁଛନ୍ତି ଏକଥା କହୁଛନ୍ତି ସୁର । କିନ୍ତୁ ତାଙ୍କୁ କୌଣସି ଦଳ କିଣି ପାରିବନି । କଂଗ୍ରେସ ଦଳ ତାଙ୍କୁ ଅନେକ କିଛି ଦେଇଛି ଆଉ ଶେଷଥର ପାଇଁ ଜଟଣୀ ଆସନରୁ ନିର୍ବାଚନ ଲଢ଼ିବାକୁ ଆଶା ବାନ୍ଧିଛନ୍ତି ସୁର । ଦେଖାଯାଉ ସୁରଙ୍କ ଡ଼ାକ କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ପହଞ୍ଚୁଛି କି ନାହିଁ ।