ଆଶ୍ରମକୁ ଫେରିଲେ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ! ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ମୁକୁଳିଥିଲେ ଜେଲରୁ

383

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଝିଂଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମକୁ ଫେରିଛନ୍ତି ସୁରବାବା ଓରଫ ସୁରେନ୍ଦ୍ର ମିଶ୍ର । ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ସେ ଜେଲରୁ ବାହାରି ଆଶ୍ରମ ଫେରିଛନ୍ତି । ଜମି ଜାଲିଆତି ବିଭିନ୍ନ ମାମଲାରେ ସୁରେନ୍ଦ୍ର ମିଶ୍ରଙ୍କୁ ଗିରଫ କରାଯାଇଥିଲା । ୨୦୧୫ ଅଗଷ୍ଟ ୩୧ରେ ସେ ଗିରଫ ହୋଇଥିଲେ । ଦୁଇ ବର୍ଷରୁ ଅଧିକ ଦିନ ହେଲା ସେ ଝାରପଡା ଜେଲରେ ଥିଲେ । ଏବେ ବିଭିନ୍ନ ମାମଲାରେ ଜାମିନ ପାଇବା ପରେ ସେ ଜେଲରୁ ମୁକୁଳିଛନ୍ତି । ଗତ ସପ୍ତାହରେ ଗଞ୍ଜାମ ଛତ୍ରପୁରରେ ଏକ ଜମି ଜାଲିଆତି ମାମଲାରେ ସୁପ୍ରିମକୋର୍ଟ ସୁରବାବାଙ୍କୁ ଜାମିନ ଦେଇଥିଲେ ।