ଗୋ’ରକ୍ଷା ନାମରେ ଦେଶରେ ହେଉଥିବା ହିଂସାକୁ ଅଟକାଇବା ପାଇଁ ମଙ୍ଗଳବାର ରାୟ ଶୁଣାଇ ପାରନ୍ତି ସର୍ବୋଚ୍ଚ ନ୍ୟାୟାଳୟ

43

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ଗୋରକ୍ଷା ନାମରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେତ ଦିନ କେଉଁଠାରେ ନା କେଉଁଠି ଏହିପରି ଖବର ମିଳୁଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ କେହି କେହି କହୁଛନ୍ତି ଦୀପକ ମିଶ୍ର ଅଧ୍ୟକ୍ଷତା କରି ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ କିଛି ଗାଇଡଲାଇନ ଜାରି କିରପାରନ୍ତି । ତେବେ ସାରା ଦେଶରେ ହିଂସା କାଣ୍ଡ ହେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରାଯାଇଥିଲା । ତେବେ ପରେ ଏହି ସମସ୍ୟା ଉପରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ କି ଏହା ରାଜ୍ୟ ସରକାରଙ୍କର କାମ । କେଉଁ ସ୍ଥାନରେ ଏପରି ବିଶୃଙ୍ଖଳା ହେଉଛି ତାହା ଉପରେ କି ପ୍ରକାରର ପଦକ୍ଷେପ ନିଆଯିବ ଏହା ସମ୍ପୂର୍ଣ୍ଣ ଉପରେ ରାଜ୍ୟ ସରକାର ବ୍ୟବସ୍ଥା କରିବା କଥା । ତେବେ ଏହା ଠିକ ନୁହେଁ ଯେ, ଗୋରକ୍ଷା ନାମରେ ଦେଶରେ ହିଂସା କାଣ୍ଡ ହେବ । ସରକାର ମଧ୍ୟ ଗ୍ୟାରେଣ୍ଟିର ସହ କହିପାରିବେ ନାହିଁ କେତେକ ସ୍ଥାନରେ କେବଳ ଗୋରକ୍ଷା ନାମରେ ହିଂସା ହେଉନାହିଁ ବୋଲି । ତେବେ ଆଇନକୁ ହାତକୁ ନେବା ଠିକ ନୁହେଁ ତେଣୁ ଯେଉଁମାନେ ଏହା କରୁଛନ୍ତି ସେମାନେ ଅଦାଲତ ଆଗରେ ଦୋଷୀ । ତେଣୁ ଏହି ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟ ଆଜି ରାୟ ଶୁଣାଇ ପାରନ୍ତି ।

ଆମେ ଯଦି ଆଇନ ଅନୁସାରେ ଦେଖିବା ତେବେ ସଂଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟରେ କୈାଣସି ହିଂସା ଘଟିଲେ ତାହା ଉପରେ ସେଠାକାର ସ୍ଥାନୀୟ ସରକାର ପଦକ୍ଷେପ ନେବେ । ଯଦି ରାଜ୍ୟ ସରକାର ତାହାକୁ ମୁକାବିଲା କରିବାରେ ଅସଫଳ ହେବେ ତେବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ସାହାର୍ଯ୍ୟ କରିବେ । ଦୀପକ ମିଶ୍ରଙ୍କୁ ନେଇ ଗଠିତ ଏକ ବେଞ୍ଚ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ରାଜ୍ୟସରକାର କି କେନ୍ଦ୍ରସରକାର ଆଇନ ନିଜ ହାତକୁ ନେଇ ପାରିବେ ନାହିଁ । ତେବେ ରାଜ୍ୟସରକାର କିପରି ଭାବରେ ନିଜ ରାଜ୍ୟରେ ଆଇନ ଶୃଙ୍ଖଳା ଆୟତ୍ତ କରିବେ ତାହା ତାଙ୍କ ଉପରେ ନିର୍ଭର କରେ, କିନ୍ତୁ ଗୋରକ୍ଷା ନାମରେ ହେଉଥିବା ହିଂସା କାଣ୍ଡ ଏକ ସଙ୍ଗୀନ ଅପରାଧ ବୋଲି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ।

ଯେଉଁମାନେ ଦେଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ସମୟରେ କେଉଁ ବ୍ୟକ୍ତି କେଉଁ ଜାତିର ତାହା ଉପରେ ଆଇନ ବିଚାର କରିିବ ନାହିଁ । ଆମେ ସମସ୍ତେ ଆଇନ ପରିସରରେ ରହି କାମ କରିବାର ଆବଶ୍ୟକତା ରହିଛି । ପୂର୍ବରୁ ୨୧ ଜୁଲାଇରେ ସର୍ବୋଚ୍ଚ ନ୍ୟାୟାଳୟ ଗୋରକ୍ଷା ଦିଗରେ କିପରି କୈାଣସି ସ୍ଥାନରେ ହିଂସା ନ ହେଉ ସେ ବିଷୟରେ ଧ୍ୟାନ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଏହି ବିଷୟରେ ପୁଣେ, ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ ଓ ଝାଡଖଣ୍ଡ ସରକାରଙ୍କୁ ଜବାବ ମାଗିଥିଲେ । ଗୋରକ୍ଷା ହିଂସା କିପରି ଭାବରେ କମିବ ସେନେଇ କେନ୍ଦ୍ରସରକାର ସମସ୍ତ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ମଧ୍ୟ ୨୦୧୭ ମସିହା ସେପ୍ଟମ୍ବର ୬ ତାରିଖରେ ରାଜ୍ୟ ସରକାରଙ୍କୁ ଶକ୍ତ ପଦକ୍ଷେପ ନେବାପାଇଁ କହିଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟସରକାର ମାନୁନାହାନ୍ତି ବୋଲି କୋର୍ଟରେ ଏକ ସତ୍ୟପାଠ ଦାଖଲ ହେଲାପରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ପୁଣି ଥରେ ବିଚାର କରିବେ ବୋଲି ଜଣାପଡିଛି ।