ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ସୁପ୍ରିମକୋର୍ଟରେ ଝଟକା ! ସ୍ପେଶାଲ ଲିଭ୍ ପିଟିସନ୍ ଖାରଜ, ହାଇକୋର୍ଟଙ୍କ ରାୟ କାଏମ୍

28

କନକ ବ୍ୟୁରୋ : ବ୍ରହ୍ମଗିରି ନିର୍ବାଚନ ଅନିୟମିତତା ମାମଲାରେ ବ୍ରହ୍ମଗିରି ବିଧାୟକ ସଂଜୟ ଦାସ ବର୍ମାଙ୍କ କଡା ଝଟକା ଲାଗିଛି । ଦାସବର୍ମାଙ୍କ ସ୍ୱତନ୍ତ୍ର ଲିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ସଂଜୟଙ୍କ ଆବେଦନକୁ ଖାରଜ କରିଦେଇଥିଲେ ହାଇକୋର୍ଟ ।

ପ୍ରାଥମିକ ସ୍ତରରେ ନିର୍ବାଚନୀ ମୋକଦ୍ଦମାକୁ ଖାରଜ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ଏହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ଲୁଲୁଙ୍କ ପରଲୋକ ପରେ ତାଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର ମୋକଦ୍ଦମା ପାଇଁ ଆବେଦନ କରିଥିଲେ ।