ଦୁଷ୍କର୍ମ ପୀଡିତାଙ୍କୁ ପ୍ରମାଣ ପାଇଁ ହଇରାଣ କରାଯିବ ନାହିଁ : ସୁପ୍ରିମକୋର୍ଟ

21

ନୂଆଦିଲ୍ଲୀ: ଏଣିକି ଦୁଷ୍କର୍ମ ପୀଡିତାଙ୍କୁ ପ୍ରମାଣ ପାଇଁ ହଇରାଣ କରାଯିବ ନାହିଁ, କାରଣ ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଦୁଷ୍କର୍ମ ସଂକ୍ରାନ୍ତରେ ପୀଡିତା କରିଥିବା ଅଭିଯୋଗର ପ୍ରମାଣ ବିଶ୍ୱାସଯୋଗ୍ୟ କି ନୁହେଁ ,ସେ ସଂପର୍କିତ ପ୍ରଶ୍ନ ପଚାରି ନ୍ୟାୟାଳୟ ତାଙ୍କୁ ହଇରାଣ କରିବା ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ତେବେ, ଯୌନ ଉତ୍ପୀଡନର ଶିକାର ହୋଇଥିବା ପୀଡିତାଙ୍କ ମାମଲାରେ ପ୍ରମାଣପତ୍ର ଗୁରୁତ୍ୱପୂର୍ଣ୍ଣ ଅଟେ । କେବଳ ତାଙ୍କ ବୟାନ ଆଧାରରେ ହିଁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିହେବ । ମାତ୍ର ଅତି ବିରଳ ମାମଲାରେ ଯେଉଁଠି ବାଧ୍ୟବାଧ୍ୟକତା ଥିବ ସେପରି କ୍ଷେତ୍ରରେ ବିଚାରଳାୟ ପୀଡିତାଙ୍କ ବୟାନର ସତ୍ୟାସତ୍ୟ ଜାଣିବାକୁ ପ୍ରମାଣ ସଂକ୍ରାନ୍ତରେ ପ୍ରଶ୍ନ କରିପାରିବେ ବୋଲି ଜଷ୍ଟିସ୍ ଏ.କେ ସିକ୍ରି ଏବଂ ଏ.ଏମ୍ ସାପ୍ରେଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୂଚନା ଦେଇଛନ୍ତି ।
ଦୁଷ୍କର୍ମ କିମ୍ବା ଯୌନ ଉତ୍ପୀଡନ ଅଭିଯୋଗ କରିଥିବା ପୀଡିତାଙ୍କ ବୟାନକୁ ସନ୍ଦେହ ଅଥବା କପୋଳକଳ୍ପିତ ବୋଲି ବିଚାର କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ପାଇଁ ରାୟ ଲେଖିଥିବା ଜଷ୍ଟିସ୍ ସିକ୍ରି ମତ ଦେଇଛନ୍ତି ।