ଗୋରକ୍ଷକଙ୍କୁ ଚେତାବନୀ ! କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ . . କହିଲେ, ଗୋରକ୍ଷା ନାଁରେ ହିଂସାକୁ କରାଯିବନି ବରଦାସ୍ତ

28

କନକ ବ୍ୟୁରୋ : ଗୋସୁରକ୍ଷା ନାଁରେ ହିଂସାକାରୀଙ୍କ ବିରୋଧରେ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ । କୌଣସି ପରିସ୍ଥିତିରେ ହିଂସାକୁ ବରଦାସ୍ତ କରାଯିବ ନାହିଁ ରୋକଠୋକ୍ ଶୁଣାଇ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏଭଳି ହିଂସାକାଣ୍ଡର ନିୟନ୍ତ୍ରଣ ପାଇଁ ଆସନ୍ତା ୭ ଦିନ ମଧ୍ୟରେ ଦେଶର ସବୁ ରାଜ୍ୟରେ ଟାକ୍ସ ଫୋର୍ସ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟାକ୍ସଫୋର୍ସରେ ବରିଷ୍ଠ ପୁଲିସ ଅଧିକାରୀ, ନୋଡାଲ ଅଫିସର ଭାବେ କାର୍ଯ୍ୟ ତୁଲାଇବେ । ତଥାକଥିତ ଗୋରକ୍ଷକମାନଙ୍କ ବିରୋଧରେ ସେମାନେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

୨୦ ମେ’ ୨୦୧୭ : ସ୍ଥାନ – ଭୁବନେଶ୍ୱର ରେଳ ଷ୍ଟେସନ : 
vlcsnap-2017-09-06-20h19m59s833ଏହି ଦୃଶ୍ୟ ହେଉଛି ଗୋରକ୍ଷା ନାଁରେ ଗୁଣ୍ଡାଗର୍ଦ୍ଦିର ନମୁନା । ଅତି ଅମାନୁଷିକ, ଅତି ଅମାନବିକ । ଆଇନସମ୍ମତ ଭାବେ ଗୋଚାଲାଣ କରୁଥିବା ଦୁଇଜଣଙ୍କୁ ବାନ୍ଧିଦେଇଛନ୍ତି ସମାଜର ତଥାକଥିତ ଗୋସୁରକ୍ଷା କର୍ମୀ । ଏମିତି ମାଡ ମାରିଛନ୍ତି ଯାହାକୁ ଦେଖିଲେ ଛାତି ଥରି ଉଠୁଛି । ଟ୍ରେନ୍ରୁ ଘୋଷାରି ଆଣି ନିର୍ଦୟ ଭାବେ ରକ୍ତାକ୍ତ ଆକ୍ରମଣ କରାଯାଇଛି । ଏ କେବଳ ଗୋଟିଏ ଉଦାହରଣ । ସାରା ଦେଶରେ ଗୋରକ୍ଷା ନାଁରେ ଚାଲିଛି ଏମିତି ଗୁଣ୍ଡାଗର୍ଦ୍ଦି । ଆଇନକୁ ହାତକୁ ନେଇ ହିଂସା ଭିଆଉଛନ୍ତି ତଥାକଥିତ ଗୋରକ୍ଷକ । ଗୋରକ୍ଷକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଚେତାବନୀ ପରେ ବି ଥମୁନି ହିଂସାକାଣ୍ଡ । ଅନେକଙ୍କ ଜୀବନ ମଧ୍ୟ ଯାଇଛି ଏହି ସଂଘବଦ୍ଧ ଆକ୍ରମଣରେ ।

Cow Vigilantes Attack Dairy Farm Staffs In Bhubaneswar Railway Stationଗୋରକ୍ଷା ନାଁରେ ଗୁଣ୍ଡାଗର୍ଦ୍ଦି ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରତି ଜିଲ୍ଲାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯେଉଁମାନେ ଆଇନକୁ ହାତକୁ ନେଇ ହିଂସାକାଣ୍ଡ କରୁଛନ୍ତି , ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ହୋଇଥିବା କିଛି ଆକ୍ରମଣ ଘଟଣାରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ପ୍ରତି ରାଜ୍ୟର ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ପୁଲିସ ଡିଜିଙ୍କ ସହ ଆଲୋଚନା କରି ରାଜରାସ୍ତାକୁ କିପରି ଗୋରକ୍ଷକଙ୍କ କବଳରୁ ସୁରକ୍ଷିତ ରଖାଯିବ ସେନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପିଟିସନରଙ୍କ ଉପରେ ବି ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଘଟଣାରେ ରାଜନୈତିକ ରଙ୍ଗ ନଦେଇ, ଇଦ୍ ବେଳେ କେତେ ପଶୁ ହଦ୍ୟା କରାଯାଇଛି ତାର ବିବରଣୀ ଆବେଦନକାରୀ ଦେବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।