ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମେକୋର୍ଟରେ ଶୁଣାଣି ! ଲାଗାତାର ଶୁଣାଣି ପାଇଁ ହୋଇପାରେ ତାରିଖ ଧାର୍ଯ୍ୟ

20

କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି । ୨ ଟାରେ ହୋଇପାରେ ମାମଲାର ଶୁଣାଣି । କୋର୍ଟ କହିଛନ୍ତି ୭ବର୍ଷ ଧରି ବିଳମ୍ବିତ ଥିବା ଅଯୋଧ୍ୟା ମାମଲାକୁ ଆଉ ଟାଳି ହେବ ନାହିଁ । ଡିସେମ୍ବର ୫ତାରିଖର ଶୁଣାଣିରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ, ପରବର୍ତ୍ତି ଶୁଣାଣି ଆଗରୁ ସମସ୍ତ ପକ୍ଷ ଦସ୍ତାବିଜର ଅନୁବାଦ ଆଦି ପ୍ରକ୍ରିୟା ଶେଷ କର । ଅଯୋଧ୍ୟା ମାମଲାରେ ସଂପୃକ୍ତ ଓକିଲଙ୍କ ସୂଚନା ଅନୁସାରେ ସବୁ ପ୍ରକ୍ରିୟା ଶେଷ ହୋଇଛି । ସମସ୍ତ ପକ୍ଷ କୋର୍ଟରେ ଦସ୍ତାବିଜ ଦାଖଲ କରିସାରିଛନ୍ତି । ତେଣୁ ଆଜି ଏହାର ଶୁଣାଣି ହେବା ସମ୍ଭାବନା ରହିଛି ।

ଅଯୋଧ୍ୟ ନେଇ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ଉତ୍ତେଜନା ରହିଛି । ବିବାଦୀୟ ଜମିକୁ ନେଇ ଏହି ଉତ୍ତେଜନା ସୃଷ୍ଟି ହୋଇଛି । ଆହ୍ଲାବାଦ ହାଇକୋର୍ଟ ସେପ୍ଟେମ୍ବର ୩୦, ୨୦୧୦ରେ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିଲେ । ବିବାଦୀୟ ସ୍ଥାନରେ ବାବ୍ରୀ ମସଜିଦ ପୂର୍ବରୁ ହିନ୍ଦୁ ମନ୍ଦିର ଥିବା କୋର୍ଟ ମାନିଥିଲେ ଏବଂ ସେହି ସ୍ଥାନର ମାଲିକାନା ୩ଟି ପକ୍ଷ ମଧ୍ୟରେ ବାଟିଂବାକୁ ନିର୍ଦ୍ଦେଶ ଦେଇଥିଲେ । ୨ ଦଶମିକ ୭୭ ଏକର ଜମିକୁ ବାଂଟିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ୩ପକ୍ଷ । ସେବେଠାରୁ ଅଯୋଧ୍ୟା ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ରହିଛି ।