ଦୀପାବଳୀ: ବ୍ୟାନ ହେବ କି ବାଣ? ଦେଶବ୍ୟାପୀ ବାଣ ବିକ୍ରୀ ନେଇ ସୁପ୍ରିମକୋର୍ଟ ଆଜି ଶୁଣାଇପାରନ୍ତି ବଡ ନିଷ୍ପତି

5

କନକ ବ୍ୟୁରୋ: ଦୀପାବଳୀରେ ବାଣ ଫୁଟାଇବା ଲାଗି ସମସ୍ତଙ୍କ କ୍ରେଜ ରହିଥାଏ । ତେବେ ଏଥର ଦୀପାବଳୀରେ ବାଣି ବିକ୍ରୀ ହେବ କି ନାହିଁ ସେ ନେଇ ଆଜି ସୁପ୍ରିମକୋର୍ଟଙ୍କ ଆସିପାରେ ରାୟ । ଦିଲ୍ଲୀ-ଏନସିଆରରେ ଗତବର୍ଷ ବାଣି ବିକ୍ରୀ ଉପରେ କଟକଣା ଜାରି କରିଥିଲେ ସର୍ବୋଚ ନ୍ୟାୟଳୟ ।

ଏବେ ଦୀପାବଳୀ ପୂର୍ବରୁ ଆଜି କୋର୍ଟ ପୁଣି ଥରେ ଏ ନେଇ ବଡ ନିଷ୍ପତି ଶୁଣାଇପାରନ୍ତି । ବାଣ ବିକ୍ରୀ ଉପରେ କଟକଣା ଜାରି କରିବାକୁ ଗତବର୍ଷ ୩ ଜଣ ବଙ୍କଳ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ । ଆବେଦନରେ ସେମାନେ ଦର୍ଶାଇଥିଲେ ପ୍ରଦୂଷଣ ଯୋଗୁଁ ସେମାନଙ୍କ ଫୁସଫୁସର ବିକାଶ ଠିକ ଭାବେ ହୋଇନାହିଁ । ଗତବର୍ଷ ସୁପ୍ରିମକୋର୍ଟ ଦୀପାବଳୀ ପୂର୍ବରୁ ବାଣ ବିକ୍ରୀ ଉପରେ କଟକଣା ଜାରି କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଦେଶରେ ଆତସବାଜି ବା ବାଣ ବିକ୍ରୟ ନିଷିଦ୍ଧ କରାଯିବ କି, ନାହିଁ ଆଜି  ଏ ସଂକ୍ରାନ୍ତରେ ସୁପ୍ରିମ୍ କୋର୍ଟ ରାୟ ଶୁଣାଇବେ। ଦେଶରେ ବାଣ ବିକ୍ରୟ ନିଷିଦ୍ଧ କରାଇବା ନିମନ୍ତେ ଅନେକଗୁଡ଼ିଏ ପିଟିସନ୍ ସୁପ୍ରିମ୍ କୋର୍ଟରେ ଦାଏର୍ ହୋଇଛି। ଅଗଷ୍ଟ ମାସରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ କି, ସେ ବାଣ ନିର୍ମାତାଙ୍କ ଜୀବୀକାର ମୌଳିକ ଅଧିକାର ଏବଂ ଦେଶର ୧. ୩ କୋଟି ଜନତାଙ୍କ ସ୍ୱାସ୍ଥ୍ୟଗତ ଅଧିକାର ସମେତ ଆତସବାଜି ନିଷିଦ୍ଧାଦେଶ ଆବେଦନ ଆଦି ସବୁ କଥାକୁ ବିଚାରକୁ ନେବା ପାଇଁ ଚାହୁଁଛନ୍ତି। ଗତବର୍ଷ ଦୀପାବଳି ପୂର୍ବରୁ ଅକ୍ଟୋବର ୯ ତାରିଖ ଦିନ ସୁପ୍ରିମ୍ କୋର୍ଟ ସାମୟିକ ଭାବେ ବାଣ ବିକ୍ରୟ ନିଷିଦ୍ଧ କରିଥିଲେ।

ଅକ୍ଟୋବର ୧୯ ତାରିଖ ଦିନ ଦୀପାବଳି ପଡ଼ିଥିବା ଦୀପାବଳିର ଅନ୍ୟୂନ ଦୁଇ ଦିନ ପୂର୍ବରୁ ବାଣ ବିକ୍ରୟ ସକାଶ ଅନୁମତି ଦେବାକୁ ବିକ୍ରେତାମାନେ କରିଥିବା ଆବେଦନକୁ ମଧ୍ୟ ସୁପ୍ରିମ୍ କୋର୍ଟ ଗ୍ରହଣ କରି ନ ଥିଲେ। ସୁପ୍ରିମ୍ କୋର୍ଟ କହିଥିଲେ କି, ସେ ବର୍ଷ ଦୀପାବଳି ସମୟର ନିଷିଦ୍ଧାଦେଶ ଥିଲା ସମ୍ପୃକ୍ତ ଅଞ୍ଚଳରେ ପ୍ରଦୂଷଣ ସ୍ତରର ପ୍ରଭାବ ପରୀକ୍ଷା କରିବା ସକାସେ।

Comments are closed.