ଦାଗୀ ନେତାଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଦୋଷୀ ସାବ୍ୟସ୍ତ ନେତା ନିର୍ବାଚନ ଲଢ଼ିବେ କି ନାହିଁ ଆଜି ଶୁଣାଇବେ ଗୁରୁତ୍ୱପୂର୍ଣ୍ଣ ରାୟ

ଅପରାଧୀ ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ବ୍ୟାନ କରିବା ପାଇଁ ହୋଇଛି ଦାବି

165

ଦାଗୀ ନେତାଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତାଙ୍କୁ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଯିବ ନା ନାହିଁ ସେ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । କୋର୍ଟ କହିଛନ୍ତି, ମାମଲା ବହୁତ ଗମ୍ଭୀର । ଅଶ୍ୱିନୀ ଉପାଧ୍ୟାୟ ଏ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନରେ କୁହାଯାଇଛି, ଜନପ୍ରତିନିଧି ଆଇନର ଧାରା ୮(ଗ) ଅନୁସାରେ ଯଦି କୌଣସି ନେତା ଅପରାଧିକ ମାମଲାରେ ଦଶ ବର୍ଷ ଲାଗି ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାହେଲେ ସେ ୬ ବର୍ଷ ଯାଏଁ ନିର୍ବାଚନ ଲଢିପାରିବେ ନାହିଁ । ତେଣୁ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ନେତାଙ୍କୁ ନିର୍ବାଚନ ଲଢିବା ଉପରେ ଆଜୀବନ ବ୍ୟାନ ଲଗାଯିବା ଦରକାର ବୋଲି ଆବେଦନରେ କୁହାଯାଇଛି । ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ ହେଲେ ଯଦି ଚାକିରୀରୁ ବରଖାସ୍ତ କରାଯାଉଛି ତାହାହେଲେ ନେତାଙ୍କ କ୍ଷେତ୍ରରେ କାହିଁକି ଆଜବୀନ ବ୍ୟାନ ଲାଗିବ ନାହିଁ ବୋଲି ଆବେଦନକର୍ତ୍ତା କହିଛନ୍ତି ।

ଏହା ଉପରେ ପ୍ରଧାନ ନ୍ୟାୟାଧୀଶ ରଂଜନ ଗୋଗୋଇ, ଜଷ୍ଟିସ୍ କେଏମ୍ ଯୋଶେଫଙ୍କ ବ୍ୟାଂଚ କହିଲେ କି ସେହି ଦୋଷୀ ନିର୍ବାଚିତ ଜନ ପ୍ରତିନିଧିଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇବା ଉପରେ ୪ ଡିସେମ୍ବରକୁ ବିଚାର କରିପାରନ୍ତି । ଏ ନେଇ କୋର୍ଟ କହିଛନ୍ତି, ଏଭଳି ମାମଲାର ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ସେସନ୍ସ କୋର୍ଟ ହେଉ । ଶୁଣାଣି ସମୟରେ କେନ୍ଦ୍ର ସରକାର ବି କହିଥିଲେ, ଏଥିପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଗଲେ କୌଣସି ଆପତ୍ତି ନାହିଁ ।