ସୁପ୍ରିମକୋର୍ଟରେ ଆଜି ବଡ ଦିନ: ରାଫେଲ ଓ ଅଯୋଧ୍ୟା ମାମଲାର ହେବ ଶୁଣାଣି, ରାଫେଲ ନେଇ ଦାୟର ହୋଇଛି ରିଭ୍ୟୁ ପିଟିସନ

ଅଯୋଧ୍ୟା ନେଇ ନୂଆ ସାମ୍ବିଧାନିକ ପୀଠ ଚୂଡାନ୍ତ କରିପାରନ୍ତି ନୂଆ ତାରିଖ

77

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଆଜି ବଡ ମାମଲାର ଶୁଣାଣି । ରାଫେଲ ଓ ଅଯୋଧ୍ୟ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ରାଫେଲ ସମ୍ପର୍କରେ କୋର୍ଟରେ ରିଭ୍ୟୁ ପିଚିସନ ଦାଖଲ ହୋଇଛି । ଏହାକୁ ଶୁଣାଣି ହେବ । ସେହିଭଳି ଅଯୋଧ୍ୟା ନେଇ ବି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ ବେଂଚ ଶୁଣାଣି କରିବେ ।

ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସଂସଦୀୟ ସମ୍ବିଧାନ ଖଣ୍ଡପୀଠ ମାମଲାର ଶୁଣାଣୀ କରିବେ । ବିବାଦୀୟ ସ୍ଥଳର ୩ ପକ୍ଷକାର ନିର୍ମୋହୀ ଆଖଡା, ରାମଲଲା ଏବଂ ସୁନ୍ନୀ ୱକଫ ବୋର୍ଡ ଜମିକୁ ସମାନ ଭାଗବଣ୍ଟା ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ୨୦୧୦ ରାୟ ବିରୋଧରେ ଆଜି ଶୁଣାଣି ହେଉଛି । ଆଜି ଶୁଣାଣିର ତାରିଖ ଠିକ କରିପାରନ୍ତି କୋର୍ଟ । ଡିସେମ୍ବର ୧୪ରେ ରାଫେଲ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାର ରିଭ୍ୟୁ ପିଟିସନ ପାଇଁ କୋର୍ଟରେ କେଶ ଫାଇଲ ହୋଇଛି ।

ଉଲ୍ଲେଖ ଥାଉ କି, ଡିସେମ୍ବର ୧୪ରେ ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ସମସ୍ତ ଆବେଦନ ଖାରଜ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ରାଫେଲ ଡିଲରେ କୌଣସି ଅନିୟମିତତା ହୋଇନାହିଁ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଥିଲେ । ସେହିପରି ଡିଲର ମୂଲ୍ୟ ସର୍ମ୍ପକରେ ଜାଣିବା କୋର୍ଟଙ୍କ କାମ ନୁହେଁ ବୋଲି ଜଷ୍ଟିସ ଗୋଗୋଇ କହିଥିଲେ । ରାଫେଲ ଡିଲର ସମସ୍ତ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ଭାବେ ପଢଛୁ ଓ ଡିଲ ସର୍ମ୍ପକରେ ସମସ୍ତ ପ୍ରକ୍ରୀୟା ଠିକ୍ ଅଛି ଏବଂ ଦେଶ ପାଇଁ ଏହି ବିମାନର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ଗୋଗୋଇ କହିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗେଇଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇହୋଇଥିଲା ।