ବହୁବିବାହ ଓ ନିକାହ ହଲାଲା ଉପରେ ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି!

39

ଆଜି ସୁପ୍ରିମକୋର୍ଟ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଶୁଣାଇପାରନ୍ତି । ମୁସଲିମ୍ ଧର୍ମରେ ପ୍ରଚଳିତ ବହୁବିବାହ ଓ ନିକାହ ହଲାଲା ଉପରେ ଶୁଣାଣି ହୋଇପାରେ । ବହୁବିବାହ ଓ ନିକାହ ହଲାଲା ପ୍ରଥାର ସାମ୍ବିଧାନିକ ବୈଧତା ଉପରେ କୋର୍ଟ ରାୟ ଦେବାର ସମ୍ଭାବନା ରହିଛି । କୋର୍ଟ ମଧ୍ୟ ଏନେଇ କେନ୍ଦ୍ର ସରକାର ଏବଂ ଆଇନ କମିସନ୍ଙ୍କ ମତାମତ ଲୋଡ଼ିଛନ୍ତି। ବହୁ ବିବାହ ପ୍ରଥା ଅନୁଯାୟୀ ଜଣେ ପୁରୁଷ ଏକାଧିକ ପତ୍ନୀ ରଖିପାରିବେ । ସେହିପରି ନିକାହ ହଲାଲା ପଦ୍ଧତିରେ ଜଣେ ମହିଳା ଛାଡ଼ପତ୍ର ପାଇଲା ପରେ ମଧ୍ୟ ପୂର୍ବ ସ୍ୱାମୀଙ୍କୁ ବିବାହ କରିପାରିବେ । ତେବେ ଏଥିପାଇଁ ପ୍ରଥମେ ଅନ୍ୟଜଣେ ପୁରୁଷକୁ ବିବାହ କରି ଛାଡ଼ପତ୍ର ଦେବାକୁ ପଡ଼ିବ ଓ ତାପରେ ପ୍ରଥମ ସ୍ୱାମୀଙ୍କୁ ବିବାହ କରିପାରିବେ ।

ବହୁବିବାହ ଓ ନିକାହ ହଲାଲା ପ୍ରଥା ସମାନତାର ଅଧିକାରକୁ ଉଲଂଘନ କରୁଥିବା ଅଭିଯୋଗରେ କୋର୍ଟରେ ଆବେଦନ କରାଯାଇଥିଲା । ଏକ ପାଂଚଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ତିନି ତଲାକ ରାୟର ୭ ମାସ ପରେ ଏବେ ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି । ଗତବର୍ଷ ସୁପ୍ରିମକୋର୍ଟ ତିନି ତଲାକକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ।