ବିସିସିଆଇ ମିଡିଆ ମ୍ୟାନେଜରଙ୍କୁ ବହିଷ୍କାର କଲେ ପ୍ରଶାସନିକ କମିଟି : ଡ୍ରେସିଂ ରୁମ୍ ତଥ୍ୟ ବାହାରେ ପ୍ରଘଟ କରିବା ଅଭିଯୋଗ

22

କନକ ବ୍ୟୁରୋ : ବିସିସିଆଇର ମିଡିଆ ମ୍ୟାନେଜରଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ କମିଟି । ମିଡିଆ ମ୍ୟାନେଜର ଡ୍ରେସିଂ ରୁମର ତଥ୍ୟକୁ ବାହାରେ ପ୍ରଘଟ କରିବା ଅଭିଯୋଗରେ ବହିଷ୍କାର କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି । ଏହା ସହ ମ୍ୟାନେଜର ନିଶାନ୍ତ ଜିତ୍ ଆରୋରାଙ୍କ ନାମରେ ଖେଳାଳିଙ୍କ ମଧ୍ୟରେ ବିବାଦ ସୃଷ୍ଟି କରୁଥିବା ଅଭିଯୋଗ ରହିଛି । ବହିଷ୍କୃତ କର୍ମଚାରୀ ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର ଓ ସମ୍ପାଦକ ଅଜୟ ସିର୍କେଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ । ଲୋଧା କମିଟି ସୁପାରିଶ ଅନୁଯାୟୀ ଜାନୁୟାରୀ ୩୦ ତାରିଖରେ କୋର୍ଟ ବିିସିସିଆଇର ପ୍ରଶାସନିକ କମିଟି ନିଯୁକ୍ତ କରିଛନ୍ତି ।